ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ : ୧୦୦ରୁ ଅଧିକ ଫ୍ରଡ୍ ୱେବସାଇଟ୍ ବନ୍ଦ
ପାର୍ଟ ଟାଇମ୍ ଚାକିରି ତଥା ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ କରୁଥିବା ୧୦୦ରୁ ଅଧିକ ଓ୍ୱେବ୍ସାଇଟ୍କୁ ବ୍ୟାନ୍ କରାଯାଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏହି ୱେବସାଉଟ ଗୁଡିକ ବେଆଇନ ପୁଞ୍ଜି ନିବେଶ ସମ୍ବନ୍ଧିତ ଅର୍ଥନୈତିକ ଅପରାଧରେ ସାମିଲ ଥିଲେ । ଗୃହ ମନ୍ତ୍ରାଳୟ ଏକ ପ୍ରେସ ରିଲିଜ ଜାରି କରି କହିଛି ଯେ ଏଭଳି ୱେବସାଇଟ ବିଦେଶରୁ ପରିଚାଳନା କରାଯାଉଥିଲା । ସେମାନେ ଡିଜିଟାଲ ଆଡଭରଟାଇଜମେଣ୍ଟ, ଚାଟ୍ ମେସେଞ୍ଜର ଭଡାରେ ଆଣି ବ୍ୟବହାର କରୁଥିଲେ ।
ଏହି ଓ୍ୱେବସାଇଟ୍ ଗୁଡିକ ଅର୍ଗାନାଇଜଡ ଇନ୍ଭେଷ୍ଟମେଣ୍ଟ ଓ ଟାସ୍କ ବୋର୍ଡ ପାର୍ଟ ଟାଇମ୍ ଜବ ସହ ଜଡିତ ଠକେଇରେ ସାମିଲ ଥିଲା। ଏହି ଓ୍ୱେବସାଇଟ୍ ଗୁଡିକ ବିଭିନ୍ନ ସାଇବର ଠକେଇ କରୁଥିଲା। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ସାଇବର କ୍ରାଇମ ଥ୍ରେଟ୍ ବିଶ୍ଳେଷଣ ୟୁନିଟ ଦ୍ୱାରା ସୁପାରିଶ କରାଯାଇଥିଲା। ଏହାପରେ କେନ୍ଦ୍ର ସରକାର ଏହି ଓ୍ୱେବସାଇଟ୍ ଗୁଡିକ ଉପରେ ଆକ୍ସନ ନେଇଛନ୍ତି।
ଗୁଗୁଲ ଏବଂ ମେଟା ପରି ପ୍ଲାଟଫର୍ମରେ ଡିଜିଟାଲ ବିଜ୍ଞାପନ ମାଧ୍ୟମରେ ‘ଘରେ ଚାକିରି’ ଏବଂ ‘ଘରୁ କିପରି ରୋଜଗାର’ ଭଳି ଶବ୍ଦ ବ୍ୟବହାର କରି ଠକେଇ କରାଯାଉଛି। ବିଶେଷ କରି ଅବସରପ୍ରାପ୍ତ କର୍ମଚାରୀ, ମହିଳା ଏବଂ ବେକାର ଯୁବକ, ଯେଉଁମାନେ ପାର୍ଟ ଟାଇମ ଚାକିରି ଖୋଜନ୍ତି ସେମାନଙ୍କୁ ଟାର୍ଗେଟ କରିବା ଏମାନଙ୍କ ଲକ୍ଷ୍ୟ ରହିଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କେମିତି ଏହି ସ୍କାମରୁ ବର୍ତ୍ତିପାରିବେ :
ଅଧିକ କମିଶନ ଦେଉଥିବା କୌଣସି ଅନଲାଇନ ଯୋଜନାରେ ଟଙ୍କା ଲଗାଇବା ପୂର୍ବରୁ ପ୍ରଥମେ ଏ ସମ୍ପର୍କରେ ବୁଝିନିଅନ୍ତୁ । ଯଦି କେହି ଅଜ୍ଞାତ ବ୍ୟକ୍ତି ଆପଣଙ୍କ ହ୍ବାଟସଆପ ବା ଟେଲିଗ୍ରାମରେ ସମ୍ପର୍କ କରୁଛନ୍ତି ବିନା ଭେରିଫିକେସନରେ ଟଙ୍କା ନେଣଦେଣ କରିବା ଠୁ ବଞ୍ଚନ୍ତୁ । ୟୁପିଆଇ ଆପ୍ରେ ଦିଆଯାଇଥିବା ଦଶ ନମ୍ବର ବିଶିଷ୍ଟ ରିସିଭରର ନାମ ଭେରିଫାଏ କରିବା ଉଚିତ । ଯଦି ରିସିଭରର ନମ୍ବର ସନ୍ଦେହଜନକ ଲାଗୁଛି ତେବେ ନିଶ୍ଚିତ ହୋଇଯିବେ ଯେ ଏହା ସାଇବର ଠକ ।
ଠକ ବ୍ୟବହାର କରୁଥିବା ଫୋନ ନମ୍ବର ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲର ରିପୋର୍ଟ ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ www.cybercrime.gov.in ରେ ବି ଅଭିଯୋଗ କରିପାରିବେ ।
Powered by Froala Editor