ଭାରତର କାଉଣ୍ଟର ଆଟାକ୍ : ଇସଲାମାବାଦ, ସିଆଲକୋଟ ଏବଂ ଲାହୋରରେ କ୍ଷେପଣାସ୍ତ୍ର ମାଡ଼

ଗୁରୁବାର ସନ୍ଧ୍ୟାରେ ପାକ୍ ସେନାର ଆକ୍ରମଣ ପରେ ଭାରତ ଘନ ଘନ ଆକ୍ରମଣ ଆରମ୍ଭ କରିଛି। ପାକିସ୍ତାନର ଆକ୍ରମଣର କଡ଼ା ଜବାବ ଦେଲା ଭାରତ। ଭାରତ ପକ୍ଷରୁ ଇସଲାମାବାଦ, ସିଆଲକୋଟ ଏବଂ ଲାହୋର ସହରରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ଵାରା ପ୍ରଚଣ୍ଡ ଆକ୍ରମଣ କରାଯାଉଛି।
କେବଳ ଏତିକି ନୁହେଁ, ଭାରତ ପାକିସ୍ତାନର ଦୁଇଟି JF-17 ଏବଂ ଗୋଟିଏ F-16 ଯୁଦ୍ଧବିମାନକୁ ମଧ୍ୟ ଖସାଇ ଦେଇଛି। ଯଦିଓ ପାକିସ୍ତାନ ସାମ୍ବାରେ ଭାରୀ ଗୋଳାବାରୀ କରିଛି। ପାକିସ୍ତାନୀ ଆକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁର ଆରଏସ ପୁରା ଅଞ୍ଚଳରେ ବ୍ଲାକଆଉଟ ଲାଗୁ କରାଯାଇଛି, ଏବଂ ଏଠାରେ ଲଗାତାର ସାଇରନ ବାଜୁଛି।
ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିମାନ ଏବଂ ଡ୍ରୋନ ଦ୍ଵାରା ଆକ୍ରମଣ କରାଯାଇଥିଲା। ଭାରତ ପାକ୍ର ୮ଟି କ୍ଷେପଣାସ୍ତ୍ର ଏବଂ ୩ଟି ଯୁଦ୍ଧ ବିମାନକୁ ଖସାଇ ଦେବାରେ ସଫଳ ହୋଇଥିଲା। ଭାରତର ଏସ-୪୦୦ ପ୍ରତିରକ୍ଷା ବ୍ୟବସ୍ଥା ଦ୍ଵାରା ଏସବୁକୁ ଖସାଯାଇଥିଲା।
Powered by Froala Editor