୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ,୧୫ ଯାଏଁ ପ୍ରବଳ ବର୍ଷା
ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ସମ୍ପର୍କରେ ଭରେତୀୟ ପାଣିପାଗ ବିଭାଗର ଆଇଏମ୍ଡି ବୁଲେଟିନ ଜାରି କରିଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ମହାରାଷ୍ଟ୍ରର ଆଲିବାଗ, ପୁନେ ଆଦି ସ୍ଥାନରେ ପହଞ୍ଚିଛି । ସେହିପରି ଦକ୍ଷିଣପୂର୍ବ ଭାରତରେ ଏହା ଆନ୍ଧ୍ରପ୍ରଦେଶର ଆଉ କିଛି ଅଂଚଳ ଯ଼େପରିକି ଶ୍ରୀହରିକୋଟା, ରେଣ୍ଟାଚିନ୍ତଲାକୁ ଛୁଇଁଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର କେତେକ ଅଂଚଳକୁ ଛୁଇଁବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଠିକ ସମୟରେ ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ । ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖଠାରୁ ଆରମ୍ଭ କରି ଜୁନ ୧୫ ପର୍ୟ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଆସନ୍ତା କାଲି ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ କରି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟ ୧୭ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ଢେଙ୍କାନାଳ ଓ କେନ୍ଦୁଝରରେ ବର୍ଷା, ବଜ୍ରପାତ ସମ୍ଭାବନା ରହିଛି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor