ନିର୍ବାଚନ ଜିତିବା ପରେ ବିଧାୟକଙ୍କ ଆକ୍ସନ : ରାସ୍ତା କଡରୁ ହଟାଅ ଆମିଷ ଷ୍ଟଲ୍

ବିଧାନସଭା ନିର୍ବାଚନରେ କଂଗ୍ରେସ ହାତରୁ ରାଜସ୍ଥାନକୁ ବିଜେପି ଛଡାଇ ନେଇଛି। ରାଜ୍ୟରେ ବିଜେପି ବିପୁଳ ଭୋଟ ପାଇ ବିଜୟୀ ହୋଇଛି। ତେବେ ନିର୍ବାଚନ ଫଳାଫଳ ଆସିବାର ୨୪ଘଣ୍ଟା ବିତିନଥିବା ବେଳେ ନବ ନିର୍ବାଚିତ ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ ଆକ୍ସନ୍ ମୋଡକୁ ଆସିଛନ୍ତି। ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ ଅଧିକାରୀଙ୍କୁ ଡାକି ଚେତାବନୀ ଦେଇଛନ୍ତି ଯେ, ସମସ୍ତ ଆମିଷ ଫୁଡ୍ ଷ୍ଟଲ୍କୁ ସନ୍ଧ୍ୟା ସୁଦ୍ଧା ରାସ୍ତାରୁ ହଟାଅ।
ହୱାମହଲ ଆସନରୁ ଜିତିଥିବା ବିଜେପି ବିଧାୟକ ବାଳମୁକୁନ୍ଦ ଜଣେ ସରକାରୀ ଅଧିକାରୀଙ୍କୁ ଫୋନ କରି କହିଛନ୍ତି ଯେ, ରାସ୍ତା କଡ଼ରେ ଆମିଷ ବିକୁଥିବା ଦୋକାନ ଓ ଆମିଷ ରୋଷେଇ କରି ଖାଇବାକୁ ଦେଉଥିବା ଦୋକାନ ବନ୍ଦ କର । ଖୁବଶୀଘ୍ର ଏଠି ମୁଖ୍ୟମନ୍ତ୍ରୀ ଆସନରେ ଏକ ନୂଆ ମୁହଁକୁ ଦେଖିବାକୁ ମିଳିବ। ନୂଆ ବିଧାୟକଙ୍କ ଏଭଳି ଆକ୍ସନ ମୁଡ୍ରେ ଆସିବା ପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏହାକୁ ବିରୋଧ କରି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏହାକୁ ଭୁଲ ବୋଲି କହିଛନ୍ତି। ଆମିଷ ବିକ୍ରିକୁ କେହି ଅଟକାଇ ପାରିବେ ନାହିଁ। ଯଦି କେହି ଆମିଷ ଫୁଡ୍ ଷ୍ଟଲ୍ କରିବାକୁ ଚାହାଁନ୍ତି ତେବେ କେହି ତାଙ୍କୁ କିପରି ଅଟକାଇ ପାରିବେ?
Powered by Froala Editor