ଟ୍ରକ୍କୁ ପିଟିଲା କାର୍, ୩ ମୃତ
ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍କୁ ପିଟିଲା କାର୍ । ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଛି । ପାହାଳ ଥାନା ପୋଲିସ୍ ଛାନଭିନ୍ କରୁଛି ।
ସୂଚନା ଥାଉକି, ଶନିବାର ଭୋରରୁ ଘଟିଛି ଦୁର୍ଘଟଣା । ପାଖାପାଖି ରାତି ୩ଟାରେ ପାହାଳ ଥାନା ଅଂଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୧୬ ନମ୍ବର ଜାତୀୟ ରାଜପଥ ଉପରେ ହୋଇଥିବା ଏହି ଦୁର୍ଘଟଣାରେ ଏକ ସଙ୍ଗେ ଯାଇଛି ତିନୋଟି ଜୀବନ ।
କଟକ ପଟୁ ଆସୁଥିବା ମାରୁତି ଡିଜାର କାର୍ ଟ୍ରକ୍ ସହ ଜୋରଦାର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କାର୍ ଡ୍ରାଇଭର ସମେତ ତିନିଜଣଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ପାହାଳ ପୁଲିସ୍ ପହଞ୍ଚି ରାସ୍ତା କ୍ଲୀୟର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor