ମଣିପୁରୀ ରୀତିନୀତି ସହ ଲିନ୍ଙ୍କୁ ଜୀବନସାଥୀ ବାଛିଲେ ରଣଦୀପ

୪୭ ବର୍ଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ରଣଦୀପ ହୁଡା । ଲଙ୍ଗ ଟାଇମ୍ ଗର୍ଲଫ୍ରେଣ୍ଡ ଲିନ୍ ଲେସରାମଙ୍କ ହାତ ଧରିଛନ୍ତି ରଣଦୀପ। ଇମ୍ପାଲର ଏକ ରିସର୍ଟରେ ସମ୍ପୂର୍ଣ୍ଣ ମୈତେଇ ରୀତିନୀତିରେ ହୋଇଛି ବିବାହ। ଉଭୟଙ୍କ ବିବାହ ବେଳର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ନିଜ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲେଶରାମ୍ ଙ୍କ ହାତ ଧରିଲେ ରଣଦୀପ। ଲିନଙ୍କ ସହ ମଣିପୁରର ମୈତେଇ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି ।
ବିବାହରେ ନବ ଦମ୍ପତିଙ୍କ ମଣିପୁରୀ ବେଶଭୂଷା ସମସ୍ତଙ୍କୁ ଆକୃଷ୍ଟ କରୁଛି । ଇନଷ୍ଟାଗ୍ରାମରେ ନବ ଦମ୍ପତିଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଏହି ଷ୍ଟାର କପଲଙ୍କ ମଣିପୁର ଲୁକ ଏବେ ଲାଇମଲାଇଟରେ ରହିଛି। ଉଭୟଙ୍କ ବରମାଳା ଦୃଶ୍ୟ ଅନ୍ୟ ବିବାହଠୁ ବେଶ୍ ଅଲଗା ଥିଲା। ବରମାଳା ସମୟରେ ରଣଦୀପ ବସିଥିବା ବେଳେ ଲିନ୍ ଛିଡ଼ା ହୋଇ ତାଙ୍କ ବେକରେ ବରଣମାଳା ପିନ୍ଧାଇଥିଲେ। ଏହାପରେ ରଣଦୀପ ଲୀନ୍ଙ୍କ ବେକରେ ବରଣମାଳା ପିନ୍ଧାଇଥିଲେ। ଏହାପରେ ବିବାହର ରୀତିନୀତି ଆଗକୁ ବଢ଼ିଥିଲା।
ବର୍ତ୍ତମାନ ସମସ୍ତ ସେଲିବ୍ରେଟି କିଛି ଭିନ୍ନ ଧରଣର ବିବାହ କରିବାକୁ ପସନ୍ଦ କରୁଥିବାବେଳେ ଏହି ଷ୍ଟାର କପଲ୍ ନିଜର ପରମ୍ପରା ଅନୁଯାୟୀ ସରଳ ଢଙ୍ଗରେ ବିବାହ କରିଥିଲେ। ଅନ୍ୟପଟେ ବିବାହର ପୂର୍ବଦିନ ରଣବୀର ନିଜ ଭାବି ସ୍ତ୍ରୀ ଲିନଙ୍କୁ ସାଥୀରେ ଧରି ଆଶୀର୍ବାଦ ନେବା ପାଇଁ ମନ୍ଦିରରେ ପହଞ୍ଚିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିଥିଲା ।
Powered by Froala Editor