ମ୍ୟୁଜିକ୍ କନସର୍ଟରେ ଦଳାଚକଟା, ୪ ଜଣଙ୍କ ମୃତ୍ୟୁ

କେରଳର କୋଚି ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଶନିବାର ହୋଇଥିବା ଦଳାଚକଟାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ଟେକ୍ ଫେଷ୍ଟିଭାଲରେ ସଂଗୀତ ମହୋତ୍ସବ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା ।
ଘଟଣା ସମ୍ପର୍କରେ ସୂଚନା ଦେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, କଣ୍ଠଶିଳ୍ପୀ ନିକିତା ଗାନ୍ଧୀ/ଧବାନୀ ଭାନୁଶାଳୀଙ୍କ ସଂଗୀତ ସମାରୋହ ସମୟରେ ଏହି ଅଘଟଣ ଘଟିଛି । ବିଶ୍ୱବିଦ୍ୟାଳୟ ପରିସରରେ ଖୋଲା ଆକାଶ ଅଡିଟୋରିୟମରେ ସଂଗୀତ କନସର୍ଟ ଆୟୋଜିତ ହୋଇଥିଲା । ସଂଗୀତ ସମାରୋହ ଚାଲିଥିବା ବେଳେ ଯେଉଁ ଛାତ୍ରମାନେ ପଛରେ ଛିଡ଼ା ହୋଇ ମ୍ୟୁଜିକ ଶୁଣୁଥିଲେ ହଠାତ୍ ବର୍ଷା ହେବାରୁ ସେମାନେ ସବୁ ଷ୍ଟେଜ୍ ଫ୍ରଣ୍ଟକୁ ଦଉଡିବାକୁ ଲାଗିଲେ । ଏଥିପାଇଁ ଦଳଚକଟା ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ଝିଅ ଓ ୨ ଜଣ ପୁଅ ଅଛନ୍ତି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।
Powered by Froala Editor