ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସଂସଦରେ ପ୍ରଶ୍ନ ପଚାରିବା ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମହୁଆଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ସିବିଆଇ ଅପରାଧିକ ମାମଲା ମହୁଆଙ୍କ ବିରୋଧରେ ରୁଜୁ କରିବ କି ନାହିଁ, ତା’ର ନିଷ୍ପତ୍ତି ନେବ।
ମିଳିଥିବା ସୂଚନା ଅନୁସାରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ଏବଂ ତଦନ୍ତର ଫଳାଫଳ ଆଧାରରେ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ କି ନାହିଁ ତାହା ଏଜେନ୍ସି ସ୍ଥିର କରିବ। ପ୍ରାଥମିକ ତଦନ୍ତରେ ସିବିଆଇ କୌଣସି ଅଭିଯୁକ୍ତଙ୍କୁ ଗିରଫ କିମ୍ବା ତଲାସି କରିପାରିବ ନାହିଁ, କିନ୍ତୁ ତଥ୍ୟ ମାଗିପାରିବ, ଦସ୍ତାବିଜ ଯାଞ୍ଚ କରିପାରିବ ଏବଂ ମହୁଆ ମୈତ୍ରଙ୍କୁ ପଚରାଉଚରା ମଧ୍ୟ କରିପାରିବ। ଲୋକପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଥିବାରୁ ଏହାର ରିପୋର୍ଟ ଦୁର୍ନୀତି ନିରୋଧ ଶାଖା ନିକଟରେ ଦାଖଲ କରାଯିବ।
ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ଠାରୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ କରୁଥିବା ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରି। ସେ ଘଟଣାର ସିବିଆଇ ତଦନ୍ତି ମଧ୍ୟ ଦାବି କରିଥିଲେ।
Powered by Froala Editor