ଆଜି ଉତ୍ତର ପ୍ରଦେଶରେ ସମସ୍ତ ମାଂସ ଦୋକାନ ଓ କଂସେଇଖାନା ବନ୍ଦ

ଲକ୍ଷ୍ନୌ: ସାଧୁ ଟି. ଏଲ୍. ବାସୱାନୀଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶ ସରକାର ‘ନଭେମ୍ବର ୨୫’ ତାରିଖକୁ ରାଜ୍ୟରେ ‘ନିରାମିଷ ଦିବସ’ ଘୋଷଣା କରିଛନ୍ତି। ତେଣୁ, ଆଜି ରାଜ୍ୟରେ ଥିବା ସମସ୍ତ ମାଂସ ଦୋକାନ ଓ କଂସେଇଖାନା ବନ୍ଦ ରହିବ ବୋଲି ଜାରି କରିଥିବା ବିଜ୍ଞପ୍ତିରେ ସରକାର କହିଛନ୍ତି।
ଜାରି କରିଥିବା ବିଜ୍ଞପ୍ତିରେ ଉତ୍ତର ପ୍ରଦେଶ ସରକାର କହିଛନ୍ତି, ସାଧୁ ଟି. ଏଲ୍. ବାସୱାନୀଙ୍କ ଜନ୍ମବାର୍ଷିକୀ ସମ୍ମାନାର୍ଥେ ଏବଂ ପ୍ରଖ୍ୟାତ ନେତାମାନେ ପ୍ରଚାର କରିଥିବା ଅହିଂସା ନୀତିକୁ ବଜାୟ ରଖିବା ଲାଗି ନଭେମ୍ବର ୨୫ ତାରିଖ ଦିନ ‘ନିରାମିଷ ଦିବସ’ ପାଳନ କରାଯିବ। ତେଣୁ, ସେଦିନ ଏହି ଅବସରରେ ସମସ୍ତ କଂସେଇଖାନା ଓ ମାଂସ ଦୋକାନ ବନ୍ଦ ରଖାଯିବ।
Powered by Froala Editor