ଚିଟଫଣ୍ଡ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ଇଡି ସମନ

୧୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ସମନ କରିଛି ଇଡି । ଏହି ଠକେଇ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏଥିସହ ନଭେମ୍ବର ୨୦ରେ ଥିରୁଚିରାପାଲ୍ଲିରେ ଥିବା ପ୍ରଣବ ଜୁଏଲର୍ସରେ ରେଡ୍ କରିଥିଲା। ରେଡ ପରେ ପ୍ରକାଶ ରାଜଙ୍କୁ ସମନ କରାଯାଇଛି।
ପ୍ରଣବ ଜୁଏଲର୍ସ ପକ୍ଷରୁ ଆରମ୍ଭ କରାଯାଇଥିବା ଗୋଲ୍ଡ ଇନଭେଷ୍ଟମେଣ୍ଟ ସ୍କିମରେ ବ୍ୟାପକ ଚଞ୍ଚକତା କରାଯାଇଥିବା ଇଡି ଅଭିଯୋଗ କରିଛି । ପ୍ରକାଶ ରାଜ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଥିଲେ । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବାକୁ ଚାହୁଁଛି । ତେଣୁ ପ୍ରକାଶ ରାଜଙ୍କୁ ଜେରା କରିବାକୁ ଲକ୍ଷ୍ୟ ରଖିଛି ଇଡି । ତାଙ୍କୁ ଡିସେମ୍ବର ୫ ତାରିଖରେ ହାଜର ହେବାକୁ ଇଡି ନୋଟିସ କରିଛି ।
ପ୍ରଣବ ଜୁଏଲର୍ସ ପକ୍ଷରୁ ଚିଟଫଣ୍ଡ ସ୍କିମ ଦ୍ୱାରା ଲୋକଙ୍କୁ ଠକଯାଉଥିବା ଅଭିଯୋଗ ପ୍ରଥମେ ଇଓଡବ୍ଲ୍ୟୁ ପାଖରେ ପହଞ୍ଚିଥିଲା। ଏହାପରେ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଇଡି ଏହି ଘଟଣାରେ କରିଥିବା ରେଡ ବେଳେ ଅଘୋଷିତ ୨୩.୭୦ ଲକ୍ଷ ନଗଦ ଟଙ୍କା ଓ ୧୧.୬୦ କେଜିର ସୁନା ଜବତ କରିଥିଲା ।
Powered by Froala Editor