ରାହୁଲଙ୍କ ଅଡୁଆ ବଢ଼ିଲା : 'ପନୌତି' ପାଇଁ ନୋଟିସ ପଠାଇଲେ ଇସି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ପନୌତି' କହିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଭାରି ପଡିଛି। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି 'ପନୌତି' ଶବ୍ଦ ପ୍ରୟୋଗ କରିଥିଲେ ରାହୁଲ। ଏହାକୁ ନେଇ ତାଙ୍କୁ ଇସି ନୋଟିସ ପଠାଇଛନ୍ତି। ଶନିବାର ସନ୍ଧ୍ୟା ସୁଦ୍ଧା ଜବାବ ରଖିବାକୁ ଏଥିରେ କୁହାଯାଇଛି।
ବିଜେପି ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ରାହୁଲ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ତାଙ୍କ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବହୁ ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଏହିପରି ଭାଷାର ବ୍ୟବହାର ଜଣେ ବରିଷ୍ଠ ନେତାଙ୍କ “ଅସମ୍ମାନ” ଅଟେ।
କେବଳ ସେତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପକେଟ୍ ମାର୍ ବୋଲି ମଧ୍ୟ କହି ସମାଲୋଚନା କରିଥିଲେ। ଏହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ଠାରେ ଅଭିଯୋଗ କରିଥିଲା। ଏହି ଅଭିଯୋଗ ଆଧାରରେ ଆଜି ଇସି ରାହୁଲଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୨୫ ତାରିଖ ଯାଏଁ ତାଙ୍କୁ ସମୟ ଦିଆଯାଇଛି। ଏହି ସମୟ ସୀମା ମଧ୍ୟରେ ନିର୍ବାଚନ କମିଶନରଙ୍କ ନିକଟରେ ଉତ୍ତର ରଖିବେ ରାହୁଲ।
Powered by Froala Editor