ଭାଙ୍ଗିଗଲା ଭାରତ ସ୍ୱପ୍ନ, ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିଅନ୍
ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ବିଶ୍ୱକପର ଫାଇନାଲରେ ଟ୍ରାଭିସ ହେଡ୍ ଚମତ୍କାର ଶତକ ହାସଲ କରି ଅଷ୍ଟ୍ରେଲିଆକୁ ୬ଷ୍ଠ ଥର ପାଇଁ ବିଶ୍ୱ ବିଜେତା କରିଛନ୍ତି। ହେଡ୍ ୧୨୦ ବଲରେ ୧୩୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୫ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଲାବୁଶେନ ଶେଷ ଯାଏ ୧୧୦ ବଲରେ ୫୮ ରନ କରି ଅପରାଜିତ ରହିଥିଲେ।
ଏଥି ସହିତ ତୃତୀୟ ଥର ପାଇଁ ଟ୍ରଫି ଜିତିବାର ଭାରତର ସ୍ବପ୍ନ ଭାଙ୍ଗିଛି। ଟୁର୍ନାମେଣ୍ଟରେ ଭାରତ କ୍ରମାଗତ ୧୦ଟି ମ୍ୟାଚ ଜିତିଥିଲା, କିନ୍ତୁ ଦଳ ୧୧ତମ ମ୍ୟାଚରେ ପଛରେ ପଡିଯାଇଛି। ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଶେଷ ଥର ପାଇଁ ୨୦୦୩ରେ ରିକି ପଣ୍ଟିଂଙ୍କ ଅଧିନାୟକତ୍ୱରେ ଦଳ ପରାସ୍ତ ହୋଇଥିଲା।
ପ୍ରଥମଥର ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ବିଶ୍ୱକପ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲା ଭାରତ। କିନ୍ତୁ ଫାଇନାଲରେ ଦଳକୁ ହାରିବାକୁ ପଡ଼ିଛି।
Powered by Froala Editor