ମା’ଙ୍କ କଥା କହି ଭାବବିହ୍ୱଳ ହେଲେ ମିଥୁନଙ୍କ ପୁଅ
ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନମାଶି ଚକ୍ରବର୍ତ୍ତୀ ଫିଲ୍ମ ‘ବ୍ୟାଡ୍ ବୟ’ ଜରିଆରେ ଡେବ୍ୟୁ କରିଛନ୍ତି। ଫିଲ୍ମ ‘ବ୍ୟାଡ୍ ବୟ’ ଏପ୍ରିଲ ୨୮ରେ ରିଲିଜ ହୋଇଥିଲା। ସିନେମାହଲରେ ଏହା ପ୍ରଦର୍ଶିତ ହେବା ଯାଏ ନମାଶି ନିଜର ପରିଚୟ ଗୋପନ ରଖିଥିଲେ। ଫିଲ୍ମଟି ସିନେମା ହଲ୍ରେ ଯେତିକି ପ୍ରଶଂସା ସାଉଁଟିନଥିଲା ଓଟିଟି ପ୍ଲାଟଫର୍ମରେ ଧମାକା କଲାଣି ।
ହେଲେ ସେ ମିଥୁନଙ୍କ ପୁଅ ବୋଲି ଜଣାପଡ଼ିବା ପରେ ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ଏମିତିରେ ନମାଶି କୁହନ୍ତି, ମୋ ଫିଲ୍ମ ରିଲିଜ ହୋଇ ସାରିଛି। ମୋ କାମ ଲୋକେ ଦେଖି ପସନ୍ଦ କରୁଛନ୍ତି। ଅଭିନେତା ହିସାବରେ ମୋତେ ଲାଗେ ଯେ ଦର୍ଶକଙ୍କଠାରୁ ଅଧିକ ସିନେମାଜଗତ ସହ ଜଡ଼ିତ ଲୋକେ ଫିଲ୍ମ ଦେଖିବା ଜରୁରୀ।
ଯଦି ମିଥୁନଙ୍କ ପୁଅ ହିସାବରେ କେହି ପସନ୍ଦ କରିଥାନ୍ତା ତେବେ ସେ ମୋ ଟ୍ରେଲର ଦେଖି କଲ କରିଥାନ୍ତେ। ହେଲେ ସମସ୍ତେ ଫିଲ୍ମ ଦେଖିବା ପରେ କାମକୁ ପସନ୍ଦ କରିଛନ୍ତି ବୋଲି ସେ କହିଛନ୍ତି।
ଏହାଛଡ଼ା ନମାଶି କହିଛନ୍ତି, ଲୋକେ ସବୁବେଳେ ମୋତେ ବାପାଙ୍କୁ ନେଇ ପ୍ରଶ୍ନ କରିଥାନ୍ତି। କେହି ବି ମା’ଙ୍କ ବିଷୟରେ ପଚାରି ନ ଥାନ୍ତି। ସେ ନିଜ ସମୟରେ ଜଣେ ଲୋକପ୍ରିୟ ନାୟିକା ଥିଲେ। ୭୦ରୁ ୮୦ ଦଶକ ମଧ୍ୟରେ ସେ ଶହେରୁ ଅଧିକ ଫିଲ୍ମରେ କାମ କରିଛନ୍ତି ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ଏହି ଫିଲ୍ମ ରିଲିଜ ହେବା ପରେ ବି କେହି ତାଙ୍କୁ ମିଥୁନଙ୍କ ପୁଅ ବୋଲି ଜାଣିନଥିଲେ । କିନ୍ତୁ ପରିଚୟ ମିିଳିବା ପରେ ତାଙ୍କୁ ଶୁଭେଚ୍ଛା ବର୍ଷା ହେଉଛି । କିନ୍ତୁ ମା’ଙ୍କ ବିଷୟରେ କହି ସେ ଭାବ ବିହ୍ୱଳ ହୋଇପଡିଛନ୍ତି ।
Powered by Froala Editor