ବିଜ୍ଞାପନ ପାଇଁ ୧୭ ଗୁଣା ପାରିଶ୍ରମିକ ବଢ଼ାଇଲେ ଅଲ୍ଲୁ : ୩୫ ଲକ୍ଷ ନେଉଥିଲେ, ଏବେ ୬ କୋଟି

ତେଲୁଗୁ ଫିଲ୍ମ 'ପୁଷ୍ପା'ର ସଫଳତା ପରେ ସୁପର୍ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ରେଜ ଲୋକଙ୍କ ଭିତରେ ବଢିଚାଲିଛି । କ୍ରେଜ ସହ ତାଙ୍କ ଡିମାଣ୍ଡ ବି ବଢୁଛି । ରିପୋର୍ଟ ଅନୁସାରେ, ଅଲ୍ଲୁ ବ୍ରାଣ୍ଡଗୁଡ଼ିକର ବିଜ୍ଞାପନ ଲାଗି ପାରିଶ୍ରମିକ ୧୭ ଗୁଣ ବଢ଼ାଇ ଦେଇଛନ୍ତି । ଏବେ କୌଣସି ବ୍ରାଣ୍ଡ୍ର ବିଜ୍ଞାପନ କରିବା ପାଇଁ ଦିନକୁ ୬ କୋଟି ଟଙ୍କା ଦାବି କରୁଛନ୍ତି । ନିକଟରେ ସେ ୬ ନୂଆ ବ୍ରାଣ୍ଡ୍ ସହ ଚୁକ୍ତି କରିଛନ୍ତି, ଯେଉଁଥିରେ କୋକା-କୋଲା, କେଏଫ୍ସି, ଜୋମାଟୋ ଓ ରେଡ୍ ବସ୍ ଭଳି ବଡ଼ ନାଁ ସାମିଲ । ଜଣେ ସାଉଥ୍ କଳାକାରଙ୍କ ପାଇଁ ଏହା ସର୍ବାଧିକ ପାରିଶ୍ରମିକ ।
'ପୁଷ୍ପା' ଫିଲ୍ମ ପୂର୍ବରୁ ଅଲ୍ଲୁ ଗୋଟିଏ ଦିନର ସୁଟିଂ ପାଇଁ ୩୫ ଲକ୍ଷ ଟଙ୍କା ଦାବି କରୁଥିଲେ । ଏବେ ପାରିଶ୍ରମିକ ବଢାଇବା ପରେ ବିଜ୍ଞାପନ ନିର୍ମାତାଙ୍କ ଭାଳେଣି ପଡିଛି । ଅଲ୍ଲୁଙ୍କ ଭଳି ଲୋକପ୍ରିୟତା ପାଇଥିବା ସାଉଥ୍ ଷ୍ଟାର୍ମାନେ ଦୁଇ ବର୍ଷ ପୂର୍ବର ବିଜ୍ଞାପନ ପାରିଶ୍ରମିକ ମୂଲ୍ୟଠାରୁ ୮ ଗୁଣ ଅଧିକ ଦାବି କରୁଛନ୍ତି ।
Powered by Froala Editor