ନିଆଁ ଲାଗି ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ ବଗି ପାଉଁଶ
ନୂଆଦିଲ୍ଲୀ-ଦରଭଙ୍ଗା(୦୨୫୭୦) ଏକ୍ସପ୍ରେସରେ ନିଆଁ ଲାଗି ବଗି ଗୁଡ଼ିକ ଜଳି ପାଉଁଶ ହୋଇଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଟ୍ରେନ୍ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା ବେଳେ ସମସ୍ତେ ଟ୍ରେନ୍ରୁ ଡେଇଁ ଜୀବନ ବଞ୍ଚାଇଛନ୍ତି। ତେବେ ଘଟଣାସ୍ଥଳରୁ ଆସିଥିବା ଫଟୋରେ ଏହାର ଭୟାବହତା ସ୍ପଷ୍ଟ ବାରି ହୋଇ ପଡ଼ୁଛି।
ସୂଚନା ଅନୁଯାୟୀ, ଟ୍ରେନଟି ସରାଇ ଭୁପାଟ ଷ୍ଟେସନ ଦେଇ ଯାଉଥିବା ବେଳେ ଷ୍ଟେସନ ମାଷ୍ଟର ସ୍ଲିପର କୋଚରେ ଧୂଆଁ ଦେଖିବାକୁ ପାଇଥିଲେ। ଏନେଇ ଟ୍ରେନ୍ ଡ୍ରାଇଭର ଏବଂ ଗାର୍ଡକୁ ସୂଚନା ଦେଇ ଏକ୍ସପ୍ରେସକୁ ରୋକିଥିଲେ ଏବଂ ପାଓ୍ବାର ଅଫ୍ କରାଯାଇଥିଲା। ଏହାପରେ ସ୍ଲିପର କୋଚ୍ରେ ଥିବା ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ପରେ ଦମକଳବାହିନୀ ଆସି ନିଆଁ ଉପରେ ଆୟତ୍ତ କରିଥିଲେ। ବିହାରରେ ବର୍ତ୍ତମାନ୍ ଛଟ୍ ପର୍ବ ଚାଲିଥିବାରୁ ଟ୍ରେନରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ।
Powered by Froala Editor