ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡ, ୪ ଗୋରୁ ଜୀବନ୍ତ ଦଗ୍ଧ

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ବାଲିପାଟପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ପାଖ ପଡ଼ୋଶୀ ଘରେ ନିଆଁ ଲାଗିଯାଇଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ। ପରେ ଘରେ ଥିବା ଲୋକମାନେ ଜୀବନ ବିକାଳେ ଘରୁ ବାହାରକୁ ପଳାଇ ଆସିଥିଲେ। ହେଲେ ନିଆଁରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ିଯିବା ସହ ୪୦ ବସ୍ତା ଧାନ ପୋଡ଼ି ଯାଇଥିଲା। ନିଆଁରେ ୬ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
Powered by Froala Editor