ଆମିଷ ଖାଉ ନାହାନ୍ତି କି ? ଭୋଗିପାରନ୍ତି ଏହି ସମସ୍ୟା
![ଆମିଷ ଖାଉ ନାହାନ୍ତି କି ? ଭୋଗିପାରନ୍ତି ଏହି ସମସ୍ୟା](https://odishanewslens.com/news_gallery/2587_1623042397.jpg)
ଭିନ୍ନ ଭିନ୍ନ କାରଣରୁ ଲୋକମାନେ ଶାକାହାରୀ ହୋଇଥାନ୍ତି। କେତେଜଣ ଧାର୍ମିକ ମନୋଭାବକୁ ଆପଣାଇ ଶାକାହାରୀ ହୋଇଥାନ୍ତି ତ ଆଉ କେତେଜଣ ମୋଟାପଣରୁ ମୁକ୍ତି ପାଇବା ଲାଗି ଆବଶ୍ୟକ ଡାଏଟ୍ ପ୍ଲାନ୍ ପାଇଁ ଶାକାହାରୀ ହୋଇଥାନ୍ତି। ଶାକାହାରୀ କିମ୍ବା ଶୁଦ୍ଧ ଶାକାହାରୀ ଖାଦ୍ୟସୂଚୀ ନିଶ୍ଚିତ ଭାବରେ ଶରୀର ପାଇଁ ସୁସ୍ଥକର। ହେଲେ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ, ଏହାର କ୍ଷତିକାରକ ଦିଗ ମଧ୍ୟ ରହିଛି।
ଶାକାହାରରେ ମାଂସଜାତୀୟ ପ୍ରୋଟିନ୍ ମିଳି ନ ଥାଏ। ଏଥିରେ କେବଳ ଉଦ୍ଭିଦଜାତୀୟ ଖାଦ୍ୟ ପଦାର୍ଥରୁ ମିଳୁଥିବା ପ୍ରୋଟିନ୍ ସାମିଲ ହୋଇଥାଏ। ଶାକାହାରରେ ଶରୀର ପାଇଁ ଉପଯୋଗୀ ଅନେକ ପ୍ରକାରର ପୋଷକତତ୍ୱ ଭରି ରହିଥାଏ। ହେଲେ ଏଥିରେ ଥିଲା ଲ୍ୟାକ୍ଟିନ୍ ଏବଂ ଫାଇଟେଟ୍ସ ମାନକ ତତ୍ୱ ଶରୀରର ଅନ୍ତନଳୀ ପାଇଁ କ୍ଷତିକାରକ ହୋଇପାରେ।
ଶୁଦ୍ଧ ଶାକାହାର ଖାଦ୍ୟକୁ ପ୍ରୋଟିନର ସ୍ଥାୟୀ ଉତ୍ସ ଭାବେ ବିବେଚନା କରାଯାଏ ନାହିଁ। ଶୁଦ୍ଧ ଶାକାହାରୀ ବା ଭିଗନ୍ ଡାଏଟ ଖାଉଥିବା ବ୍ୟକ୍ତିମାନଙ୍କୁ ଶରୀରକୁ ପ୍ରୋଟିନ୍ ଯୋଗାଇବାକୁ ସୋୟା ପନିର୍ ବା ସୋୟା ମିଲକ୍ ଭଳି ଖାଦ୍ୟ ଖାଇବାକୁ ପଡ଼ିଥାଏ। ଏଠାରେ ଜାଣି ରଖନ୍ତୁ ଯେ, ସୋୟାରେ ଫାଇଟୋଏଷ୍ଟ୍ରୋଜେନ୍ସ ନାମକ ତତ୍ୱ ରହିଥାଏ, ଯାହା ଶରୀରରେ ଏଷ୍ଟ୍ରୋଜେନ୍ ସ୍ତରକୁ ବଢ଼ାଇଥାଏ। ମହିଳାଙ୍କ ମେନୋପୋଜ ସମସ୍ୟା ବେଳେ ଏହାକୁ ସପ୍ଲିମେଣ୍ଟ ଭାବରେ ଦିଆଯାଇଥାଏ। ତେବେ ଏହା ଶରୀରରେ ହର୍ମୋନଗୁଡ଼ିକୁ ଅସନ୍ତୁଳିତ କରିବା ଭଳ ସମସ୍ୟା ସୃଷ୍ଟି କରିପାରେ।
‘ରେଡ୍ ମିଟ୍’କୁ ହିମୋଗ୍ଲୋଭିନର ସବୁଠାରୁ ବଡ଼ ଉତ୍ସ ଭାବରେ ଗଣାଯାଏ। ହେଲେ ଶୁଦ୍ଧ ଶାକାହାର ଖାଦ୍ୟ ସୂଚୀରେ ଏହାର ଖୁବ୍ କମ୍ ବିକଳ୍ପ ରହିଛି। ହିମୋ ଆଇରନ ନ ମିଳିବା କାରଣରୁ ଶରୀରରେ ନାନା ସମସ୍ୟା ଦେଖାଦେଇଥାଏ। ଏହି କାରଣରୁ ଭାରତୀୟ ମହିଳାମାନଙ୍କଠାରେ ଏନିମିଆ ସମସ୍ୟା ଦେଖିବାକୁ ମିଳିଥାଏ। ଭିଗନ୍ ବା ଭେଜିଟାରିୟନ୍ ଅର୍ଥତ୍ ଶୁଦ୍ଧ ଶାକାହାର କିମ୍ବା ଶାକାହାର ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତିମାନେ ଏଭଳି ସମସ୍ୟା ଭୋଗିପାରନ୍ତି।
Powered by Froala Editor