ଦିୱାଲୀ, ଛଟ୍ ପାଇଁ ଭିଡ଼ : ସୁରତ ରେଳ ଷ୍ଟେସନରେ ଦଳାଚକଟା
ଗୁଜରାଟର ସୁରତ ରେଳ ଷ୍ଟେସନରେ ଭୟଙ୍କର ଦଳାଚକଟା ଦେଖିବାକୁ ମିଳିଛି। ଷ୍ଟେସନରେ ଦଳଚକଟା ହୋଇ ଜଣେ ଯାତ୍ରୀ ମୃତ୍ୟୁବରଣ କରିବା ସହ ଆଉ କେତେଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ବୟସ ୪୦ ବର୍ଷ ଥିବା ଜଣାଯାଇଛି । ତାଙ୍କ ନାମ ବୀରେନ୍ଦ୍ର କୁମାର ଓ ସେ ବିହାରର ଛପରା ଜିଲ୍ଲାର ଅଧିବାସୀ ବୋଲି ଜଣାପଡ଼ିଛି । ଆଉ ଜଣେ ଆହତ ବ୍ୟକ୍ତିର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି ।
ବିହାରର ପ୍ରସିଦ୍ଧ ପର୍ବ ଛଟ୍ ପର୍ବ ପାଇଁ ବିହାର ଯିବାକୁ ଥିବା ସ୍ବତନ୍ତ୍ର ଟ୍ରେନରେ ବସିବା ପାଇଁ ଯାତ୍ରୀମାନେ ଉଦ୍ୟମ କରୁଥିବାବେଳେ ଏହି ଦଳାଚକଟା ହୋଇଥିଲା । ଅସମ୍ଭାଳ ଭିଡ଼ ଭିତରେ ଲୋକମାନେ ପରସ୍ପରକୁ ଠେଲାପେଲା କରି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ପଶ୍ଚିମ ରେଳବାଇର ଆରକ୍ଷୀ ଅଧୀକ୍ଷକ ସର୍ଜୋ କୁମାରୀ କହିଛନ୍ତି ଯେ ସୁରତ ରେଳ ଷ୍ଟେସନରୁ ତାପ୍ତି ଗଙ୍ଗା ଏକ୍ସପ୍ରେସ ଟ୍ରେନରେ ଚଢିବା ପାଇଁ ଯାତ୍ରୀମାନେ ଦୌଡ଼ି ଆସିଥିଲେ, ଯାହା ଫଳରେ ଆତଙ୍କିତ ହୋଇ କିଛି ଲୋକ ଅଚେତ ହୋଇଯାଇଥିଲେ। ଦଳାଚକଟା ଯୋଗୁଁ କିଛି ଯାତ୍ରୀ ଭୟଭୀତ ହେବା ସହ ମୁଣ୍ଡ ବୁଲାଇବା ଅଣନିଶ୍ବାସୀ ଅନୁଭବ କରିଥିଲେ।
ପାର୍ବଣ ଋତୁ ଚାଲିଥିବାରୁ ରେଳବାଇ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଫୋର୍ସକୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ମୁତୟନ କରାଯାଇଛି।
Powered by Froala Editor