କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ଫୁଲବାଣୀ : ଫୁଲବାଣୀ କୁ ରେଳ ପଥ ସଂଯୋଗ ନେଇ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ସକାଳ ଛ ଘଣ୍ଟ ରୁ ସନ୍ଧ୍ୟା ଛ ଘଣ୍ଟ ଯାଏଁ ଯାନ ବାହାନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିବ। ଫୁଲବାଣୀ ,ଜି ଉଦୟଗିରି,ରାଇକିଆ,ଟିକାବାଲି ,ବାଲିଗୁଡା ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ପୂର୍ବରୁ କନ୍ଧମାଳ ବିକାଶ ପରିଷଦ ଫୁଲବାଣୀ କୁ ରେଳ ପଥ ସଂଯୋଗ ନେଇ ଦାବୀ ଜଣାଇଥିଲ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । କିନ୍ତୁ ଏହାର କୌଣସି ସୁଫଳ ମିଳିନଥିଲା,ଏଣୁ ଆଜି ଏହି ପଦକ୍ଷେପ ନେଇଛି ବିକାଶ ପରିଷଦ।
Powered by Froala Editor