୧୫୦ ଥର କଲ୍ ପରେ ବି ଉଠାଇନଥିଲେ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ମାରିଦେଲା କନେଷ୍ଟବଳ ସ୍ୱାମୀ
ପତ୍ନୀଙ୍କ ଚରିତ୍ରକୁ ନେଇ ସବୁବେଳେ ସନ୍ଦେହ କରୁଥିଲେ କନଷ୍ଟେବଳ ସ୍ୱାମୀ। ଶେଷରେ ଏହି ସନ୍ଦେହ ଭୟଙ୍କର ରୂପ ନେଇଛି। ସ୍ୱାମୀ ଜଣଙ୍କ ଦୀର୍ଘ ୨୩୦ କିମି ବାଟ ଯାତ୍ରା କରି ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି।
କର୍ଣ୍ଣାଟକ ହୋସକୋଟେରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍ତ୍ରୀ ପ୍ରତିଭାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କୁ ହତ୍ୟା କରିଛନ୍ତି ସ୍ବାମୀ କିଶୋର ଡି। କର୍ଣ୍ଣାଟକର ଚମରାଜପୁରରେ କନଷ୍ଟେବଲ ଭାବେ କାର୍ଯ୍ୟରତ ଥିଲେ କିଶୋର। ୧୧ଦିନ ପୂର୍ବରୁ ହିଁ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ପ୍ରତିଭା। ଏହା ପୂର୍ବରୁ ଚରିତ୍ରକୁ ସନ୍ଦେହ କରି ଫୋନରେ ସ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲେ କିଶୋର। ପରେ ୧୫୦ଟି କଲ୍ କରିଥିଲେ ବି ପ୍ରତିଭା ଉଠାଇନଥିଲେ ।
ଏଥିରେ ରାଗି ଯାଇ ସ୍ୱାମୀ ହୋସକୋଟେରେ ଥିବା ପତ୍ନୀଙ୍କ ବାପ ଘରେ ପହଞ୍ଚିଥିଲେ। ଏହାପରେ ନିଜେ ବିଷ ପିଇବା ସହ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏବେ ବିଷ କ୍ରିୟା ଯୋଗୁ ଅଭିଯୁକ୍ତ ସ୍ୱାମୀ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Powered by Froala Editor