ଆଲିଗଡ଼ ହୋଇଯିବ ହରିଗଡ଼ !
ଉତ୍ତର ପ୍ରଦେଶ ସରକାର ଆହ୍ଲାବାଦ ଓ ଫୈଜାବାଦର ନାଁକୁ ପରିବର୍ତ୍ତନ କରିଥିଲେ। ଏବେ ଆଲିଗଡ ପୌରନିଗମ ସର୍ବସମ୍ମତିକ୍ରମେ ନାଁ ବଦଳାଇବା ପ୍ରସ୍ତାବ ଉପରେ ମୋହର ମାରିଛି। ଏଣିକି ଆଲିଗଡର ନାଁ ହରିଗଡ଼ ଭାବେ ପରିଚୟ ହାସଲ କରିବ।
ଆଲିଗଡର ମେୟର ପ୍ରଶାନ୍ତ ସିଙ୍ଗଲ କହିଛନ୍ତି, ଗତ ନଭେମ୍ବର ୭ରେ ଆଲିଗଡର ନାମ ହରିଗଡକୁ ବଦଳାଇବା ପାଇଁ ଏକ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ସମସ୍ତ କାଉନସିଲର ସର୍ବସମ୍ମତି କ୍ରମେ ଏହାକୁ ସମର୍ଥନ କରିଥିଲେ। ଏବେ ଏହି ପ୍ରସ୍ତାବ ପ୍ରଶାସନକୁ ପଠାଯିବ।
ଯଦି ସରକାର ଏହାକୁ ସବୁଜ ସଙ୍କେତ ଦେବେ, ତା’ହେଲେ ଖୁଶୀଘ୍ର ଆଲିଗଡକୁ ହରିଗଡ଼ ଭାବେ ପରିଚୟ ପାଇବ। ୨୦୧୯ରେ ରାଜ୍ୟ ସରକାର ଆହ୍ଲାବାଦର ନାଁକୁ ପ୍ରୟାଗରାଜକୁ ବଦଳାଇଥିଲେ।
ଆଲିଗଡ ଉତ୍ତରପ୍ରଦେଶର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କେନ୍ଦ୍ର। ଆଲିଗଡରୁ ତାଲା ସମଗ୍ର ବିଶ୍ୱରେ ରପ୍ତାନି ହୁଏ। ଏହା ବ୍ୟତୀତ ଆଲିଗଡ ଏହାର ପିତ୍ତଳ ହାର୍ଡୱେର୍ ଏବଂ ମୂର୍ତ୍ତି ପାଇଁ ପ୍ରସିଦ୍ଧ।
Powered by Froala Editor