ଅଭିନେତ୍ରୀଙ୍କୁ ଦେଖା କରିବାକୁ ୧୫ ମିନିଟ ପାଇଁ ୪ କୋଟି ଦେଲେ ଫ୍ୟାନ୍

ଫ୍ୟାନ୍ସ ତ ଆପଣ ବହୁତ ଦେଖିଥିବେ । ହେଲେ ଏଭଳି ଫ୍ୟାନ ଦେଖିନଥିବେ । ଯିଏକି ନିଜ ପସନ୍ଦିତା ଅଭିନେତ୍ରୀଙ୍କ ପାଇଁ ୧୫ ମିନିଟରେ ୪ କୋଟି ଖର୍ଚ୍ଚ କରିଦେବ ।
ସୂଚନାଯୋଗ୍ୟ,ହଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟେନ୍ ଷ୍ଟେୱାର୍ଟ ଙ୍କୁ ଦେଖାକରିବାକୁ ସାଉଦିର ରାଜକୁମାର ମହମ୍ମଦ ବିନ୍ ସଲମାନ୍ ଅଫର ଦେଇଥିଲେ। ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ହାର୍ଭେ ୱେନ୍ଷ୍ଟେଇନ୍ ସିନେମା ହରିକେନ୍ ସାଣ୍ଡିର ସ୍କ୍ରିନିଂର କଥାବାର୍ତ୍ତା ବେଳେ ଏହା ବାବଦରେ କହିଥିଲେ। ସେ ଟରଣ୍ଟୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ସମ୍ପର୍କରେ କଥା ହେବାବେଳେ ମେଡିଶନ ଛକ ପାର୍କରେ ୨୦୧୩ ଡିସେମ୍ବରରେ କ୍ରିଷ୍ଟେନ୍ଙ୍କୁ ଦେଖା କରିଥିବା କହିଥିଲେ। ଏଥିପାଇଁ ସେ ଏକ ବଡ ରକମ ଦେଇଛନ୍ତି । ୪ କୋଟି ଦେବା ପରେ ତାଙ୍କୁ ଦେଖା କରିପାରିଛନ୍ତି । ତେବେ ଏହି ଦେଖା ପରେ କ୍ରିଷ୍ଟେନ୍ ସେହି ଟଙ୍କାକୁ ଏକ ବାତ୍ୟା ଆଶ୍ରୟସ୍ଥଳକୁ ଦାନ କରିଦେଇଥିଲେ।
Powered by Froala Editor