ପୁଣି ଥରିଲା ଦିଲ୍ଲୀ-ଏନସିଆର, ଚାରି ଦିନରେ ଦ୍ୱିତୀୟ ଭୂମିକମ୍ପ
![ପୁଣି ଥରିଲା ଦିଲ୍ଲୀ-ଏନସିଆର, ଚାରି ଦିନରେ ଦ୍ୱିତୀୟ ଭୂମିକମ୍ପ](https://odishanewslens.com/news_gallery/25728_1699299662.jpg)
ସୋମବାର ଅପରାହ୍ନରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର କେନ୍ଦ୍ରବିନ୍ଦୁ ନେପାଳରେ ରହିଥିବା କୁହାଯାଉଛି। ଗତ ଚାରି ଦିନରେ ଏହା ଦ୍ୱିତୀୟ ଭୂମିକମ୍ପ। ଯାହାକୁ ନେଇ ଭୟଭୀତ ହୋଇଥିଲେ ସ୍ଥାନୀୟ ଲୋକେ। ସେପଟେ ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହେଇଛି । ଅପରାହ୍ନ ୪ଟା ୧୮ ମିନିଟ୍ ସମୟରେ ଏହି ଭୂକମ୍ପ ଝଟକା ଅନୁଭବ କରିଛନ୍ତି ସାଧାରଣ ଲୋକ ।
ଏହା ପୂର୍ବରୁ ଶୁକ୍ରବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସେହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ରହିଥିଲା ୬.୪ । ରାତି ପ୍ରାୟ ସାଢେ ୧୧ଟା ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
Powered by Froala Editor