କବାଟ ଖୋଲିବାରେ ଟିକେ ବିଳମ୍ବ ହୋଇଗଲା, ସ୍ତ୍ରୀକୁ ଛୁରୀ ଭୂସିଦେଲା ସ୍ୱାମୀ
ବିବାହରେ ତିକ୍ତତା ଯୋଗୁଁ ହତ୍ୟା ଭଳି ଅପରାଧ ସାମନାକୁ ଆସୁଛି । ସେଭଳି ଏକ ଦୁଃଖଦ ଘଟଣା ଆସିଛି ଲକ୍ଷ୍ନୌରୁ । ସାମାନ୍ୟ କବାଟ ଖୋଲିବାରେ ବିଳମ୍ବ ହୋଇଯିବାକୁ ସ୍ୱାମୀ ସ୍ତ୍ରୀକୁ ଜୀବନରେ ମାରିଦେଇଛି ।
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଅଲାୟା ଆପାର୍ଟମେଣ୍ଟରେ ଆଦିତ୍ୟ କପୁର ତାଙ୍କ ପତ୍ନୀ ଶିବାନୀ ରୁହନ୍ତି । ଆଦିତ୍ୟଙ୍କ ଏକ ଲୁଗା ଦୋକାନ ଥିବାବେଳେ ଲକଡାଉନ ସମୟରେ ତାଙ୍କର ବ୍ୟବସାୟରେ କ୍ଷତି ହୋଇଥିଲା । ଏହାପରେ ସେ ଏକ ଲୁଗା ଦୋକାନରେ କାମ କରୁଥିବାବେଳେ ସବୁବେଳେ ଚିନ୍ତାରେ ରହୁଥିଲେ । ପ୍ରତିଦିନ ପରିବାର ଝଗଡ଼ା ଲାଗି ରହୁଥିଲା । ଆଦିତ୍ୟ ସବୁବେଳେ ମଦ ପିଇ ଘରକୁ ଫେରୁଥିବାବେଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା ।
ଶନିବାର ଆଦିତ୍ୟ ବିଳମ୍ବରେ ଘରକୁ ଫେରିଥିବାବେଳେ କବାଟ ଖୋଲିବାରେ ବିଳମ୍ବ କରିଥିଲେ ଶିବାନୀ । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାଗରେ ଆଦିତ୍ୟ ଶିବାନୀଙ୍କୁ ଛୁରୀ ଭୂସି ଦେଇଥିଲେ । ଏତିକିବେଳେ ୨ ପୁଅ ଆଦିତ୍ୟଙ୍କୁ ଅନ୍ୟ ଏକ ଘରେ ବନ୍ଦ କରିଦେଇଥିଲେ । କିନ୍ତୁ ଆଦିତ୍ୟ ୩ ମହଲାରୁ ଖସି ପଡିଥିଲେ । ଅନ୍ୟପଟେ ଶିବାନୀଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେ ମୃତ୍ୟୁବରଣ କରିଥିଲେ । ଆଦିତ୍ୟ ଏବେବି ଜୀବନମୃତ୍ୟୁ ସହ ସଂଘର୍ଷ କରୁଥିଲେ ବି ୨ ପୁଅ ବେସାହାରା ହୋଇପଡିଛନ୍ତି ।
Powered by Froala Editor