ରତ୍ନଭଣ୍ଡାରର ଲେଜର ସ୍କାନିଂ କରିବ ASI, ମିଳିଲା ଅନୁମତି

ଚଳିତ ମାସ ୨୮ ତାରିଖରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରିବାକୁ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ନିଷ୍ପତି ନିଆଯାଇଛି। ଏନେଇ ଏଏସ୍ଆଇକୁ ଅନୁମତି ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।
ଶନିବାର ପୁରୀର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଟେକ୍ନିକାଲ କମିଟି ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି। ତେବେ ପର୍ଯ୍ୟାୟକ୍ରମେ ସ୍କାନିଂ କରିବା ପରେ କେଉଁଠି ଫାଟ ରହିଛି ଜଣା ପଡିବ ବୋଲି ଜଣାପଡ଼ିବ ରଞ୍ଜନ ଦାସ କହିଛନ୍ତି।
ବୈଠକରେ ଶ୍ରୀଜୀଉଙ୍କର ନୀତିକାନ୍ତି, ବାଉଳି ମଠର ଉନ୍ନତିକରଣ, ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି, ଆଦର୍ଶ ଗୁରୁକୂଳ, ସେବକ ବାସଗୃହ ସମେତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ସମ୍ପର୍କରେ ଆଳୋଚନା ହୋଇଛି।
Powered by Froala Editor