Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ...

  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ...

  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ...

  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

  • ଭାରତରେ ହେବାକୁ ଥିବା ବ୍ରିକ୍ସ ...

  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ...

  • ବିବାହ ପରେ ଏହି ଦୁଇ ରାଶିର ଲୋକ ...

  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ...

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ...

  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ...

ରାଜ୍ୟ
Home ›› ରାଜ୍ୟ ››"ଆମ ଓଡିଶା ନବୀନ ଓଡିଶା" - କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

"ଆମ ଓଡିଶା ନବୀନ ଓଡିଶା" - କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

2023-11-03 11:46:17
15399
Share:
Facebook
Twitter
E-Mail
WhatsApp
Telegram

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । 



  ଏଥିପାଇଁ କଳାହାଣ୍ଡି ଜିଲ୍ଲାର  ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୫୫ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୁନାଗଡ, ଲାଞ୍ଜିଗଡ, ନର୍‌ଲା, ଧର୍ମଗଡ, ଭବାନିପାଟଣା  ।  ଏହିସବୁ ନିର୍ବାଚନମଣ୍ଡଳୀର ୧୩ଟି ବ୍ଲକ୍‌‌ର ୩୧୦ଟି  ଗ୍ରାମ ପଞ୍ଚାୟତରେ ୪୬୭୮ଟି ପ୍ରକଳ୍ପ ହେବ। ସେହିପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୪.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଡାବୁଗାଁ, ନବରଙ୍ଗପୁର, ଉମରକୋଟ, ଝରିଗାଁ।  ଏଥିରେ ୧୦ଟି ବ୍ଲକ୍‌ର ୧୮୯ଟି   ଗ୍ରାମପଞ୍ଚାୟତରେ ୨୯୪୨ଟି ପ୍ରକଳ୍ପ କରାଯିବ। 


ଆଜିର କାର୍ଯ୍ୟକ୍ରମ ପାଇଁ କଳାହାଣ୍ଡି ଜିଲ୍ଲାର ୫ଟି ଓ ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।



    ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  



ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଗାଁଗୁଡିକ ହେବ ରୂପାନ୍ତରର ପ୍ରକୃତ କେନ୍ଦ୍ର। ଗାଁର ଲୋକମାନେ ହିଁ ନୂଆ ଓଡିଶାର ପରିଚୟ ସୃଷ୍ଟି କରିବେ ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 



    ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 



ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।



ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।



5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। 



5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏହି ପାଳିରେ ମୁଖ୍ୟମନ୍ତ୍ରୀ ଓଡିଶାରେ ରୂପାନ୍ତରର ଯୁଗ ଆରମ୍ଭ କରିବା ସହିତ ମା’ ମାନଙ୍କୁ ୫ଟି ସୁନ୍ଦର ଉପହାର ଦେଉଛନ୍ତି। 


- ୫ ଟଙ୍କାରେ ଆହାର, 


- ମମତା ଯୋଜନାରେ ଗର୍ଭବତୀ ମା’ ମାନଙ୍କୁ ୫ ହଜାର ଟଙ୍କା ସହାୟତା,


- ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ ମାନଙ୍କୁ ୫ ଟଙ୍କାରେ ପାଇଁ ବସରେ ଯିବାଆସିବାର ସୁବିଧା,


- ମିଶନ ଶକ୍ତିରେ ମା’ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, 


- ତା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ ମା’ ମାନଙ୍କ ପାଇଁ ଆଉ ଅଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।



ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଲମପୁର ଓ ଜୁନାଗଡ ବ୍ଲକରେ ହାତୀ ନଦୀର ବାମ ପାର୍ଶ୍ୱ ବନ୍ଧର ସୁଦୃଢିକରଣ ପାଇଁ ୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଜୁନାଗଡ ମା’ ଲଙ୍କେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଗୋଟିଏ କଲେଜ ଓ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତର ସାମିଲ। ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୦.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ପ୍ରସିଦ୍ଧ ମା’ ମାଣିକେଶ୍ୱରୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ 1 କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ନିକଟରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମା’ ମାଣିକେଶ୍ୱରୀଙ୍କ ନାମରେ  ନାମିତ କରିଛନ୍ତି। ଥୁଆମୂଳ-ରାମପୁର ଜଗନ୍ନାଥ ମନ୍ଦିର, ପିପଳନଳାଠାରେ ପର୍ଯ୍ୟଟନ ବିକାଶ, ରାବଣଧାରା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଭଟଙ୍ଗପଦର ଓ କାଚଲେଖାଠାରେ ୧୨୦ ଆସନ ବିଶିଷ୍ଟ ୩ଟି ହଷ୍ଟେଲ ନିର୍ମାଣ କରାଯିବ। ଏଥିପାଇଁ ୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଇନ୍ଦ୍ରାବତୀ ଜଲଭଣ୍ଡାର ବିଚ୍ଛିନ୍ନାଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ନର୍‌ଲା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବେଲଖଣ୍ଡି ମନ୍ଦିରର ଉନ୍ନତିକରଣ ସହିତ ତୁଳାପଡାଠାରେ ଏକ ST Girls Hostel ରହିଛି। ଏହା ସହିତ ଉତେଇ ମୁଖ୍ୟ କେନାଲର Service Roadର ଉନ୍ନତିକରଣ ଏବଂ ରିଷିଡା ଦିଷ୍ଟି  UIPର Service Roadର ଉନ୍ନତିକରଣ ପାଇଁ ୫.୩୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଆମପାଣି ବୁଢାରାଜା ମନ୍ଦିର, ଧର୍ମଗଡ ମା’ ଭଣ୍ଡାରଘରଣୀ ମନ୍ଦିର ଓ କରକ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ। ଧର୍ମଗଡ ଯଶୋଦା ଆଶ୍ରମ ହଷ୍ଟେଲ ପାଇଁ ୩.୨୧ କୋଟି ଟଙ୍କା, Town Hall ପାଇଁ ୨.୭୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଅନେକ ସ୍କୁଲ ଓ କଲେଜ ମଧ୍ୟ ରହିଛି। ଭବାନିପାଟଣା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ୧.୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ଡିସେମ୍ବର ସୁଦ୍ଧା ସରିବ ଏବଂ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ଉଚ୍ଚ ଶିକ୍ଷା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେହିପରି ଭବାନିପାଟଣା ମହିଳା କଲେଜ କାମ ମଧ୍ୟ ଡିସେମ୍ବର ସୁଦ୍ଧା ସରିବ। ଭବାନିପାଟଣା ଆଶାସାଗର ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ ପାଇଁ ୬.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ କାର୍ଲାପଡାରେ ୧୨୦ ଆସନ ବିଶିଷ୍ଟ ST Girls Hostel ପାଇଁ ୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପରି କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩୬.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।


ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୭.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଗୁଚ୍ଛାଗୁଡାଦେଇ ଏକୋରି ପର୍ଯ୍ୟନ୍ତ ରାସ୍ତା ଉପରେ ସେତୁ କରିବା ପାଇଁ ୮.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୩ ହଜାର ୫୦୦ ଲୋକ ଉପକାର ପାଇବେ। ସେହିପରି ନୂଆଗୁଡାଠାରେ ଏକ ସେତୁ ପାଇଁ ୫.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୪୩୧୮ ଲୋକ ଉପକାର ପାଇବେ। ପାପଡାହାଣ୍ଡି- ଉମରକୋଟ ରାସ୍ତା ତୁରିନାଳ ଉପରେ ସେତୁ ପାଇଁ ୭.୧୪ କୋଟି ଟଙ୍କା, ୫ ଲକ୍ଷ ଲୋକ ଉପକାର ପାଇବେ। ଏହା ସହିତ ଅନେକ ସେତୁ, ସଡକ ଓ ବିଦ୍ୟାଳୟ ପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଝରିଗାଁ ନିର୍ବାଚନ ମଣ୍ଡଳୀରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୧.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଚନ୍ଦାହାଣ୍ଡିରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୬୧.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ୧୧ ହଜାର ଚାଷୀ ଉପକାର ପାଇବେ। ସେହିପରି ଝରିଗାଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୪୦.୬୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୫ ହଜାର ଚାଷୀ ଉପକାର ପାଇବେ। ଚନ୍ଦନଧାରା ଓ ଭୈରଘୁମର ଜଳପ୍ରପାତରେ ୨ଟି ପର୍ଯ୍ୟଟନ ପ୍ରକଳ୍ପ ହେବ, ଏଥିରେ ପ୍ରାୟ ୮୦ ହଜାର ଲୋକ ଉପକୃତ ହେବେ। ଭାସ୍କେଲ ନଦୀ ଉପରେ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ କରାଯିବ, ଏହା ଦ୍ୱାରା ୫୦ ହଜାର ଲୋକ ଉପକାର ପାଇବେ। ସେହିପରି ମା’ ବିଦ୍ରୀ ମନ୍ଦିରର ଉନ୍ନତିକରଣ ଓ ଅନେକ ସ୍କୁଲ କଲେଜ ରହିଛି। ଉମରକୋଟ ନିର୍ବାଚନ ମଣ୍ଡଳୀରେ  ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଭାକେଲ ଡ୍ୟାମ ଉପରେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ୫.୬୭ କୋଟି, ପୋଡାଗଡ ପ୍ରସିଦ୍ଧ ଶୈବ ପୀଠ ଓ ଐତିହାସିକ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ୨ଟି ପ୍ରକଳ୍ପ ଦ୍ୱାର ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ସେହିପରି ନାୟକଗୁଡାରୁ ପିତିସିଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୪ କୋଟି ଟଙ୍କା, ଭାସ୍କେଲ ଡ୍ୟାମର ତଳପଟେ ପିଲାଙ୍କ ପାର୍କ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ  ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩.୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନବରଙ୍ଗପୁର ପୌରାଞ୍ଚଳରେ ୪ଟି ବହୁମୂଖୀ କମ୍ୟୁନିଟି ହଲ୍‌ ପାଇଁ ୩.୮୩ କୋଟି, ମାଙ୍ଗରାଡୋରା ଜଳପ୍ରପାତ ପର୍ଯ୍ୟଟନ ଭିତ୍ତି ପାଇଁ ୩.୨୦ କୋଟି, ମାଣ୍ଡାଡୋଗରି ଶୈବକ୍ଷେତ୍ର ଉନ୍ନତି ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ସବୁ ପ୍ରକଳ୍ପ ଦ୍ୱରା ୨ ଲକ୍ଷରୁ ଅଧିକ ଲୋକ ଉପକରା ପାଇବେ। ନବରଙ୍ଗପୁର କଲେଜ ଓ ମଡେଲ ଡିଗ୍ରୀ କଲେଜ ଉନ୍ନତିକରଣ ସହିତ ମା’ ଭଣ୍ଡାରଘରଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ମଧ୍ୟ ନିଆଯାଇଛି। ନବରଙ୍ଗପୁରର ଲାଖ କାରିଗରଙ୍କ ପାଇଁ ଏକ କଞ୍ଚାମାଲ ବ୍ୟାଙ୍କ ମଧ୍ୟ କରାଯିବ। ଏହା ଦ୍ୱାର ୨୦୦ କାରିଗର ପରିବାର ଉପକାର ପାଇବେ। ଏହି ପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୮.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।



ଏହିପରି ୨ଟି ଜିଲ୍ଲାରେ ସମୁଦାୟ ୭୫ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୦୫.୪୧ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।


ଏହି କାର୍ଯ୍ୟକ୍ରମରେ  ଶ୍ରୀ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରି, ବିଧାୟକ ଶ୍ରୀ ଭୂପିନ୍ଦର ସିଂ, ବିଧାୟକ ଶ୍ରୀ ମୌସଧି ବାଗ, ବିଧାୟକ ଶ୍ରୀ ମନୋହର ରନ୍ଧାରି, ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀଙ୍କ ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।


ଜୁନାଗଡରେ ଉପସ୍ଥିତ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର କହିଲେ ଯେ କଳାହାଣ୍ଡିରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଆଦି ପ୍ରତିଷ୍ଠା କରି ମୁଖ୍ୟମନ୍ତ୍ରୀ ଶିକ୍ଷାର ବିକାଶ ଜରିଆରେ ଜିଲ୍ଲାକୁ ମା ସରସ୍ୱତୀକୁ ଆଣିଛନ୍ତି। ପୂର୍ବରୁ ଇନ୍ଦ୍ରାବତୀ ଜରିଆରେ ମା ଗଙ୍ଗାଙ୍କୁ ଆଣିଛନ୍ତି ଏବଂ ନିକଟରେ  ପରିବହନ ବ୍ୟବସ୍ଥାରେ ମା ଲକ୍ଷ୍ମୀଙ୍କୁ ମଧ୍ୟ ଆଣିଛନ୍ତି। ଏବେ କଲାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିନି ଦେବୀଙ୍କ ଆଶୀର୍ବାଦ ମିଳିଛି। ନର୍‌ଲାରେ ଉପସ୍ଥିତ ବିଧାୟକ ଶ୍ରୀ ଭୂପିନ୍ଦର ସିଂ କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ କହନ୍ତି କଳାହାଣ୍ଡି ତାଙ୍କ ହୃଦୟରେ ଅଛି। ଆଜି ସେ ତାହା କାର୍ଯ୍ୟରେ କରି ଦେଖାଇଛନ୍ତି।


ନବରଙ୍ଗପୁର ଝରିଗାଁରେ ଉପସ୍ଥିତ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଅନ୍ୟ ବିଧାୟକମାନେ କହିଥିଲେ ଯେ 5T ଅଧ୍ୟକ୍ଷ ଜିଲ୍ଲାଗସ୍ତ ସମୟରେ ଆମର ଯେଉଁ ସବୁ ପ୍ରସ୍ତାବ ନେଇଥିଲେ ସେସବୁ ମାତ୍ର ୭ଦିନ ଭିତରେ ସମାଧାନ ହୋଇଗଲା । ଏଭଳି ଅନୁଭବ ଆମ ନବରଙ୍ଗପୁର ଜିଲ୍ଲାବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ଓ ବିରଳ।


କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Froala Editor

Tags Chief minister, Naveen Patnaik , Ama Odisha Nabin Odisha

Related articles Odisha News Lens 4.1

  • ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...
    ଦେଶ-ଦେଶାନ୍ତର

    ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...

    14102
    Sep 11, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ
    ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    13889
    Sep 12, 2026
  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍
    ଦେଶ-ଦେଶାନ୍ତର

    ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍

    13579
    Sep 12, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି
    ବିଶେଷ

    ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    13926
    Sep 11, 2026
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15860
    Sep 10, 2026
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    13852
    Sep 11, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର
    ଦେଶ-ଦେଶାନ୍ତର

    ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14582
    Sep 10, 2026
  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର ...
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର ...

    14779
    Sep 12, 2026
  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ
    ଦେଶ-ଦେଶାନ୍ତର

    ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13731
    Sep 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15557
    Sep 11, 2026
  • ଦେଶ-ଦେଶାନ୍ତର

    ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13731
    Sep 10, 2026
  • ଦେଶ-ଦେଶାନ୍ତର

    ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି?

    14102
    Sep 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17090
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17762
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17756
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18162
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    13926
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16013
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14594
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13903
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14710
    Aug 31, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ଏହାର କୋଇଲା ଖନନ କାର୍ଯ୍ୟରେ ଡିଜିଟାଲାଇଜେସନ୍, ଏଆଇ-ଆଧରିତ ଖଣି ନିରୀକ୍ଷଣ ଏବଂ ଜ୍ଞାନକେୌଶଳ ପରିଚାଳିତ ପରିଚାଳନା ଦକ୍ଷତା ପ୍ରଦର୍ଶନ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେ ...

  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14031
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14693
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15033
    Sep 06, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14993
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14582
    Sep 10, 2026
  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର କୋରାପୁଟ କଫି

    14779
    Sep 12, 2026
  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15557
    Sep 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In