ସପ୍ତମ ବିଜୟ : ସେମିରେ ପ୍ରଥମ ଟିମ୍ ଭାବେ ସ୍ଥାନ ପାଇଲା ଭାରତ
ଲଗାତର ସପ୍ତମ ବିଜୟ ସହ ପ୍ରଥମ ଟିମ ଭାବେ ସେମି ଫାଇନାଲରେ ପ୍ରବେଶ କଲା ଭାରତ । ୩୦୨ ରନରେ ଶ୍ରୀଲଙ୍କାକୁ ହରାଇଲା ଟିମ ଇଣ୍ଡିଆ । ଫଳରେ ଟିମ୍ ଇଣ୍ଡିଆ ପ୍ରଥମ ଦଳ ଭାବେ ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।
ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଟିମ ଇଣ୍ଡିଆ । ଦଳ ପକ୍ଷରୁ ୩ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ କୋହଲି ୯୪ ବଲରେ ୮୮ ରନ କରିଥିଲେ । ଶୁବମନ ଗିଲ ୯୨ ବଲରେ ୯୨ ରନ୍ ଓ ଶ୍ରେୟସ ଆୟାର ମାତ୍ର ୫୬ ବଲରେ ଦ୍ରୁତ ୮୨ ରନ ହାସଲ କରିଥିଲେ । ଫଳରେ ୮ ଓ୍ବିକେଟ୍ ହରାଇ ଦଳ ୩୫୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ମଧୁଶଙ୍କା ସଫଳ ବୋଲିଂ କରି ୫ଟି ଓ୍ବିକେଟ ହାସଲ କରିଥିବାବେଳେ ଦୁଷ୍ମନ୍ତ ଚାମିରାଙ୍କୁ ମିଳିଛି ଗୋଟିଏ ଓ୍ବିକେଟ୍ ।
୩୫୮ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ନିଶଙ୍କା, କରୁଣାରତ୍ନେ ଓ ସମରଓ୍ବିକ୍ରମା । ମାତ୍ର ୧ ରନକରି ଅଧିନାୟକ ମେଣ୍ଡିସ ଆଉଟ ହୋଇଥିଲେ । ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଶୂନ ରନ କରି ଆଉଟ ହୋଇଥିବାବେଳେ ଅଧିନାୟକଙ୍କ ସହ ଦୁଇଜଣ ଦୁଇଅଙ୍କ ଛୁଇଁ ପାରି ନାହାନ୍ତି । ପ୍ରଥମ ଓଭରରେ ଯଶପ୍ରୀତ ବୁମରା ନିଶଙ୍କାଙ୍କୁ ପ୍ୟାଭିଲିୟନ ଫେରାଇଥିବାବେଳେ ଦ୍ବିତୀୟ ଓଭରରେ ମହମ୍ମଦ ସିରାଜ କରୁଣାରତ୍ନେ ଓ ସମରଓ୍ବିକ୍ରମାଙ୍କୁ ଆଉଟ କରିଛନ୍ତି । ସିରାଜଙ୍କ ଦ୍ବିତୀୟ ଓଭରରେ ଶିକାର ହୋଇଛନ୍ତି କୁଶଲ ମେଣ୍ଡିସ୍ । ଦଳୀୟ ସ୍କୋର ୧୪ ବେଳେ ପଡ଼ିଛି ପଞ୍ଚମ ଓ ଷଷ୍ଠ ଓ୍ବିକେଟ୍ । ମାତ୍ର ୧ ରନ କରି ଅସଲଙ୍କା ଓ ଜିରୋ ରନରେ ଦୁଶନ ହେମନ୍ତ ସାମିଙ୍କ ବଲରେ ଆଉଟ୍ ହୋଇଛନ୍ତି । ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯ .୪ ଓଭରରେ ସମସ୍ତ ଉଇକେଟ୍ ହରାଇ ୫୫ ରନ୍ କରିବାରେ ସଫଳ ହୋଇଥିଲା।
Powered by Froala Editor