ଓଡ଼ିଆ ଝିଅ ଝରଣାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ଜାତୀୟ ସ୍ତରରେ ଦ୍ଵିତୀୟ ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର :ଜାତୀୟ ସ୍ତରରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା Community Media Challange 2023 ଶୀର୍ଷକରେ ଆୟୋଜିତ ହେଉଥିବା ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରତିଯୋଗିତା ରେ ଭାଗ ନେଇ ଓଡ଼ିଆ ଝିଅ ଝରଣା କାଦ୍ରାକା ଦ୍ଵିତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି.ଏହି ବାବଦକୁ ତାଙ୍କୁ 30ହଜାର ଟଙ୍କାର ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯିବ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ ତାଙ୍କୁ ସୂଚିତ କରାଯାଇଛି.ଚଳିତମାସ 24 ତାରିଖରେ ନୂଆଦିଲ୍ଲୀ ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ଅନ୍ୟ ବିଜେତାମାନଙ୍କ ସହ ତାଙ୍କୁ ସମ୍ମାନୀତ କରାଯିବ ବୋଲି ଆୟୋଜକ ଙ୍କ ପକ୍ଷରୁ ସୂଚନା ରହିଛି.
ସୂଚନାଯୋଗ୍ୟ କି Commonwealth of Educational Media Center for Asia (CEMCA)ପକ୍ଷରୁ Community Media Challange 2023 ଶୀର୍ଷକ ରେ ବିଭିନ୍ନ ସବ ଥିମ ରେ ଦେଶର ପ୍ରତିଯୋଗୀମାନଙ୍କ ଠାରୁ ଅଡିଓ ଓ ଭିଡିଓ ଫର୍ମାଟ ରେ ଏଣ୍ଟ୍ରି ଆହ୍ୱାନ କରାଯାଇଥିଲା.ବିଭିନ୍ନ କାଟାଗୋରିରେ ସାରା ଦେଶରୁ 45ଟି ଏଣ୍ଟ୍ରି ଆସିଥିବା ବେଳେ ଝରଣା ଙ୍କ ଡକ୍ୟୁମେଣ୍ଟାରୀ ଦ୍ଵିତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି.ଯେଉଁଥିରେ କୋରାପୁଟ ଜିଲ୍ଲା ଦାମନଯୋଡି ଅଞ୍ଚଳର ମେଘନାଦ କାଦ୍ରାକା ଙ୍କ ଝିଅ ଝରଣା କାଦ୍ରାକା କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚକାରଝଲା ଗ୍ରାମର ଆଦିବାସୀ ଚାଷୀମାନଙ୍କୁ ନେଇ ଭିଡିଓ ପ୍ରସ୍ତୁତ କରିଥିଲେ. ଯେଉଁଥିରେ ପଲିଥିନ ର ବହୁଳ ବ୍ୟବହାର କିପରି ଆମ ପରିବେଶକୁ ନଷ୍ଟ କରିବା ସହ ଚାଷ ଉପରେ ପ୍ରଭାବ ପକାଉଛି ତାହା ଦର୍ଶାଇଥିଲେ. "A Small Step" ଶୀର୍ଷକ ରେ ନିର୍ମିତ ଏହି ଡକ୍ୟୁମେଣ୍ଟାରୀ ଜୁରୀମାନଙ୍କ ଦ୍ୱାରା ଦ୍ଵିତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଝରଣା ନିଜର ଖୁସି ବ୍ୟକ୍ତ କରିବା ସହ ଏହି ସଫଳତା ଆଗାମୀ ଦିନରେ ତାଙ୍କୁ ଆହୁରି ଭଲ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି. ଉଲ୍ଲେଖଯୋଗ୍ୟ କି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ସାମ୍ବାଦିକତା ପଢ଼ି ସାରିବା ପରେ ବର୍ତ୍ତମାନ ସେ CYSD ର livelihood Project ରେ କାର୍ଯ୍ୟରତ ସହ OSOU ରେ ନିଜ ମାତୃଭାଷା ଓଡ଼ିଆ ରେ ପିଜି କରୁଛନ୍ତି.
Powered by Froala Editor