ଡାକ୍ତରଖାନାରେ ମହେଶ୍ୱର ମହାନ୍ତି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେରେ ତାଙ୍କ ଚିକିତ୍ସା ଚାଲିଛି।
ଗତ ୩୧ ତାରିଖରେ ଶ୍ରୀ ମହାନ୍ତି ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଶ୍ରୀ ମହାନ୍ତିଙ୍କୁ ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁଇ ଦିଦ ହେବ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶ୍ରୀମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସି ଥିବାରୁ ତାଙ୍କୁ ଭେଣ୍ଟିଲେଟରରୁ ଆଇସିୟୁକୁ ଅଣାଯାଇଛି। ଶ୍ରୀ ମହାନ୍ତିଙ୍କ ଅସୁସ୍ଥ ହେବା ଖବର ଶୁଣି ଶାସକ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭେଟିଛନ୍ତି।
Powered by Froala Editor