ପରିବାର ରାଜି : ଅନୁଷ୍କାଙ୍କୁ ବିବାହ କରିବେ ପ୍ରଭାସ !

ସବୁବେଳେ ଭଲ ବନ୍ଧୁ କହୁଥିବା ସାଉଥ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ବିବାହ କରିବେ ବୋଲି ଚର୍ଚ୍ଚା ଚାଲିଛି । ଉଭୟଙ୍କ ପରିବାର ତରଫରୁ ସବୁଜ ସଙ୍କେତ ମିଳିସାରିଛି । ହେଲେ ପ୍ରଭାସ ଓ ଅନୁଷ୍କାଙ୍କ ମତ ମିଳିପାରିନାହିଁ ।
ଉଭୟଙ୍କ ପରିବାର ସେମାନଙ୍କୁ ମିଶାଇବାକୁ ଯୋଜନା କରିସାରିଥିବା ସୂଚନା ମିଳିଛି।ପ୍ରଭାସଙ୍କ କେଉଁ ଝିଅଙ୍କୁ ବିବାହ କରିବେ ସେନେଇ ପରିବାରଲୋକେ ଚିନ୍ତାରେ ଥିଲେ।
ହେଲେ ଏବେ ସେମାନେ ଅନୁଷ୍କାଙ୍କୁ ପାର୍ଟନର ଭାବେ ଦେଖିବାକୁ ଚାହୁଁଛନ୍ତି। ପରଦାରେ ହେଉ କି ବାହାରେ ଦୁହିଁଙ୍କ ଯୋଡ଼ି ଭଲ ଲାଗୁଥିବାରୁ ସେମାନେ ହଁ ଭରିଛନ୍ତି।
ପରିବାର ରାଜି ଥିଲେ ହେଁ ପ୍ରଭାସ-ଅନୁଷ୍କା କିଛି କହିନାହାନ୍ତି । କାରଣ ସେମାନେ ଏବେଯାଏ ପରସ୍ପରକୁ ବନ୍ଧୁ ବୋଲି କହୁଛନ୍ତି।
Powered by Froala Editor