ପୁଣି ଏକାଠି ନଜର ଆସିଲେ ଶୁଭମନ ଓ ସାରା

ରିସେଲନସିପ୍କୁ ନେଇ ମୁହଁ ଖୋଲି ନଥିଲେ ବି ଏବେ ଚର୍ଚ୍ଚାରେ ଅଛନ୍ତି ଭାରତୀୟ କ୍ରିକେଟର ଶୁଭମନ ଗିଲ୍ ଓ ସାରା ତେନ୍ଦୁଲକର । ବର୍ତ୍ତମାନ ଏହି କପଲଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା ପରେ ପ୍ରଶଂସକମାନେ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ନିଶ୍ଚିତ ହୋଇଛନ୍ତି ।
ମଙ୍ଗଳବାର ମୁମ୍ବାଇରେ ବିଳାସପୂର୍ଣ୍ଣ ମଲ୍ 'ଜିଓ ୱାର୍ଲ୍ଡ ପ୍ଲାଜା' ଲଞ୍ଚ କରାଯାଇଥିଲା। ଏହି ଲଞ୍ଚ ଇଭେଣ୍ଟରେ ଅମ୍ବାନୀ ପରିବାର ତଥା ସମଗ୍ର ବଲିଉଡ ଜଗତ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ କାର୍ଯ୍ୟକ୍ରମରେ ବହୁ କ୍ରିକେଟର ମଧ୍ୟ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ଶୁଭମନ ଗିଲଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଗର୍ଲଫ୍ରେଣ୍ଡ ସାରା ତେନ୍ଦୁଲକରଙ୍କ ସହ ନଜର ଆସିଛନ୍ତି।
ସୋସିଆଲ ମିଡିଆରେ ଶୁଭମନ ଗିଲ୍ ଓ ସାରା ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସାରା ତେନ୍ଦୁଲକର ଏବଂ ଶୁଭମନ 'ଜିଓ ୱାର୍ଲ୍ଡ ପ୍ଲାଜା'ରେ ଇଭେଣ୍ଟରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି, କିନ୍ତୁ ବାହାରେ ମିଡିଆ ଉପରେ ଆଖି ପଡ଼ିବା ମାତ୍ରେ ସେମାନେ ଅଲଗା ଅଲଗା ହୋଇ ବାହାରକୁ ଯାଇଛନ୍ତି।
ହେଲେ ରିପୋର୍ଟରଙ୍କ ଆଖିରୁ ବର୍ତ୍ତି ପାରିନାହାନ୍ତି । ଉଭୟଙ୍କ ରିଲେସନସିପକୁ ନେଇ ଏବେ ଖୁବ ଚର୍ଚ୍ଚା । ସବୁ ପରେ ବି ଉଭୟ କେବେ ସମସ୍ତଙ୍କ ଆଗରେ ନିଜ ସମ୍ପର୍କକୁ ନେଇ କିଛି ମତ ଦେଇନାହାନ୍ତି ।
Powered by Froala Editor