ମାଲାୟଲମ୍ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲାୟାଲାମ୍ ଟେଲିଭିଜିନ ଓ ଫିଲ୍ମ ଅଭିନେତ୍ରୀ ରେଞ୍ଜୁଶା ମେନନ (୩୫)ଙ୍କ ଝୁଲନ୍ତା ମୃତଦେହ ଥିରୁଅନନ୍ତପୁରମସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ଏକ ଶାଢ଼ୀରେ ସେ ଝୁଲି ରହିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ିଛି। ତେବେ ଏହାର କାରଣ ସମ୍ପର୍କରେ କିଛି ଜଣାପଡ଼ିନି।
ରେଞ୍ଜୁଶା ସ୍ବାମୀ ମନୋଜଙ୍କ ସହ କରିୟମ ଫ୍ଲାଟରେ ରହୁଥିଲେ । ତେବେ ମାତ୍ର ୩୫ ବର୍ଷ ବୟସରେ ରେଞ୍ଜୁଶା କାହିଁକି ଜୀବନ ହାରିଲେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସ୍ତ୍ରୀ, ନିଝାଲାତମ୍ ସିରିଏଲ୍ ପାଇଁ ଖୁବ୍ ଚର୍ଚ୍ଚିତ ଥିଲେ ରେଞ୍ଜୁଶା । ରିପୋର୍ଟ ଅନୁସାରେ ଗତକିଛି ମାସ ଧରି ରେଞ୍ଜୁଶା ଅଭାବ ମଧ୍ୟରେ ରହିଥିଲେ । ଏହାକୁ ନେଇ ସେ ମାନସିକ ଚାପରେ ରହିଥିଲେ । କିଛି ବନ୍ଧୁଙ୍କ ସହ ସେ ଏ ସବୁ କଥା ସେୟାର କରିଥିଲେ ମଧ୍ୟ ପରିବାର ଲୋକଙ୍କୁ ସେ କେବେବି ଏ ସଂପର୍କରେ ସୂଚନା ଦେଇନଥିଲେ।
ପୁଲିସ୍ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
Powered by Froala Editor