ହାରିଲା ଲଣ୍ଡନ, ସେମିରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଏକ ମ୍ୟାଚରେ ଭାରତର ଅପରାଜେୟ ଧାରା ଅବ୍ୟାହତ ରହିଛି। ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଭାରତ ୬ଟି ମ୍ୟାଚରେ ବିଜୟ ସହ ୧୨ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଏହା ସହିତ ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି । ଭାରତ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି।
ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଦେଇଥିଲା। ଭାରତ ପକ୍ଷରୁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ଶୁବମନ ଗିଲ। ବ୍ୟକ୍ତିଗତ ଭାବେ ୯ ରନ୍ କରିଥିବା ବେଳେ କ୍ରିକ୍ସ ୱକ୍ସଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ ଗିଲ୍। ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ୍ କୋହଲି। ସେ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ପାରିନଥିଲେ। ୯ଟି ବଲ୍ ରେ କ୍ୟାଚ ଆଉଟ୍ ହୋଇଥିଲେ। । ଭାରତ ୯ ୱିକେଟ୍ ହରାଇ ୨୨୯ ରନ୍ କରିଥିଲା। ଇଂଲଣ୍ଡକୁ ୨୩୦ ରନ୍ର ଟାର୍ଗେଟ ଦେଇଥିଲା ଭାରତ।
୨୩୦ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଇଂଲଣ୍ଡ। ଜବରଦସ୍ତ ବୋଲିଂ କରିଥିଲେ ବୁମ୍ରା। ତୃତୀୟ ଓଭରରେ ବୁମ୍ରା ଲଗାତାର ଦୁଇଟି ୱିକେଟ୍ ନେଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ବେନ ଷ୍ଟୋକ୍ସଙ୍କୁ ବୋଲଡ୍ କରିଥିଲେ ଶାମି। ସେହିପରି ଜନ୍ନି ବେୟାରଷ୍ଟୋ ୧୪, ଜୋଶ ବଟଲର ୧୦, ମୋଇନ ଅଲୀ ୧୫, ଲିଆମ ଲିଭଙ୍ଗଷ୍ଟୋନ ୨୭, କ୍ରିକ୍ସ ୱକ୍ସ ୧୦, ମାର୍କ ଉଡ ଶୂନ୍ୟ ଓ ଆଦିଲ ରଶିଦ ୧୩ ରନ୍ କରି ଆଉଟ୍ ହୋଇଥିଲେ। ଡାଭିଡ ୱିଲୀ ୧୬ ରନ୍ କରି ନଟ୍ଆଉଟ୍ ଅଛନ୍ତି। ୩୪.୫ ଓଭରରେ ୧୨୯ ରନ୍ରେ ଇଂଲଣ୍ଡକୁ ଭାରତ ଅଟକାଇଥିଲା।
Powered by Froala Editor