ରାସନ ସାମଗ୍ରୀ ଦେବାକୁ ଆସି ଦୁଷ୍କର୍ମ କଲା ଡେଲିଭରିବୟ

ରାସନ ସାମଗ୍ରୀ ଦେବାକୁ ଆସି ମହିଳାଙ୍କୁ ଦୁଷ୍କର୍ମ କଲା ଡେଲିଭରିବୟ। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ମୁତାବକ, ଏହି ଘଟଣା ଗତ ଶୁକ୍ରବାର ଘଟିଥିଲା। ପୀଡ଼ିତା ଏକ ମୋବାଇଲ ଆପ୍ ମାଧ୍ୟମରେ ଘର ପାଇଁ ରାସନ ସାମଗ୍ରୀ ଅର୍ଡର କରିଥିଲେ। ଏହାକୁ ଦେବା ପାଇଁ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ଡେଲିଭରି ବୟ ସୁମିତ୍। ମହିଳା ଏକା ଥିବା ଜାଣି ଘର ଭିତରେ ପଶିବା ସହ ସୁମିତ୍ ତାଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ସେ ସେଠାରୁ ଫେରାର ହୋଇଯାଇଥିଲ।
ଏନେଇ ମହିଳା ଜଣକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଥିଲା। ପୋଲିସ ଗ୍ରେଟର ନୋଏଡାର ଏକ ଆବାସିକ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପହଞ୍ଚିଥିବା ବେଳେ ଅଭିଯୁକ୍ତ ସୁମିତ ଜଣେ କନ୍ଷ୍ଟେବଳଙ୍କଠାରୁ ପିସ୍ତଲ ଛଡାଇ ପୋଲିସ ଉପରକୁ ଗୁଳି ଚଳାଇବା ସହ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସର ଏନ୍କାଉଣ୍ଟରରେ ସୁମିତଙ୍କ ଗୋଡରେ ଗୁଳି ବାଜିଥିଲା। ପୂର୍ବରୁ ଅଭିଯୁକ୍ତ ମୁମିତ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି।
Powered by Froala Editor