ହସ୍ପିଟାଲରେ ହିନା

ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ହିନା ଡାକ୍ତରଖାନାରେ ଭର୍ତ୍ତି ହେବା ସମୟର ଏକ ଫଟୋ ସେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ପାଇଁ ତାଙ୍କ ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି ।
ହିନା ହସ୍ପିଟାଲର ପୋଷାକ ଏବଂ ବାମ ହାତରେ ଟେପ୍ ପିନ୍ଧି ଏକ ସେଲଫି ପୋଷ୍ଟ କରିଛନ୍ତି । ଏହି ସେଲଫିରେ ହିନା ପାଉଟ୍ କରୁଥିବାର ନଜର ଆସିଛନ୍ତି । ଫଟୋ ପୋଷ୍ଟ କରି ହିନା ଲେଖିଛନ୍ତି, ଭଲପାଇବା ବିସ୍ତାର କର । ଆପଣ କେଉଁଠାରେ ଥାଆନ୍ତୁ ନା କାହିଁକି, କେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଯଦି ଆପଣଙ୍କୁ ଏକ ଦର୍ପଣ ମିଳେ ତେବେ ମିରର ସେଲଫି ନେବାକୁ ଭୁଲନ୍ତୁ ନାହିଁ । ତେବେ ସେ କାହିଁକି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି । ସେ କାହିଁକି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ଡିସଚାର୍ଜ ହୋଇଛନ୍ତି କି ନାହିଁ ତାହା ଅଭିନେତ୍ରୀ ଜଣାଇ ନାହାଁନ୍ତି।
Powered by Froala Editor