କଟକ ଜିଲ୍ଲାପାଳଙ୍କ ବଦଳି

ଭୁବନେଶ୍ୱର: ପୁଣି ଜଣେ ଜିଲ୍ଲାପାଳଙ୍କ ବଦଳି ହୋଇଛି । ଗତକାଲି ଢେଙ୍କାନାଳ ଜିଲ୍ଲାପାଳଙ୍କ ବଦଳି ହୋଇଥିବାବେଳେ ଆଜି କଟକ ଜିଲ୍ଲାପାଳଙ୍କ ବଦଳି ହୋଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ବଦଳି କରାଯାଇଛି । ଶ୍ରୀ ଚୟନୀଙ୍କୁ ଉଚ୍ଚଶିକ୍ଷା ବିଭାଗର ନିଦେ୍ର୍ଧଶକଭାବେ ବଦଳି କରାଯାଇଛି ।
ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନରେ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ସେଠୀ ଏବେ ଉଚ୍ଚଶିକ୍ଷା ବିଭାଗର ନିଦେ୍ର୍ଧଶକ ଅଛନ୍ତି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶ ଜାରି କରାଯାଇଛି।
Powered by Froala Editor