ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା ନଭେମ୍ବର ୨୬ରେ

ଭୁବନେଶ୍ୱର: ପୁଲିସ ଏସଆଇ ଆଶାୟୀଙ୍କ ପାଇଁ ବଡ଼ ଖବର । ତାହା ହେଲା ଆସନ୍ତା ନଭେମ୍ବର ୨୬ ତାରିଖ ଦିନ ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଉକ୍ତ ଦିନ ପରୀକ୍ଷା କରାଯିବାକୁ ଆପାତତଃ ସ୍ଥିର ହୋଇଥିବା ସୂଚନା ମିଳିଛି ।
ଓଡ଼ିଶା ପୁଲିସ ରିକୃଟମେଣ୍ଟ ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ନଭେମ୍ବର ୨୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓଏମଆର ପ୍ରଣାଳୀରେ ପରୀକ୍ଷା ହେବ । ତେବେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ପରୀକ୍ଷାର୍ଥୀଙ୍କୁ ଇ-ମେଲ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଜଣାଯାଇଛି ।
Powered by Froala Editor