୫୩ ଓଏଏସ୍ ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଆଉ ୫୩ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ଗତ ୭ଦିନ ମଧ୍ୟରେ ଜିଲ୍ଲାସ୍ତରରେ କାର୍ୟ୍ୟରତ ମୋଟ ୨୫୦ଜଣ ଓଏଏସ୍ ଅପିସରଙ୍କ ବଦଳି ହୋଇସାରିଛି । ଏହି ୫୩ଜଣଙ୍କୁ ମିଶାଇଲେ ବଦଳି ହୋଇଥିବା ଜିଲ୍ଲାସ୍ତରର ଓଏଏସ୍ ଅଫିସରଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିବ ।
ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୫୩ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ଡେପୁଟି କଲେକ୍ଟର, ବିଡିଓ ଭାବେ ନିଯୁକ୍ତି ମିଳିଛି । ଏହି ସମସ୍ତ ଅଫିସରଙ୍କୁ ଗତକାଲି ୨୪ତାରିଖରେ ବଦଳି ନିର୍ଦ୍ଦେଶ ସହ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ଅଫିସରମାନଙ୍କୁ ଆଜିସୁଦ୍ଧା ନିଶ୍ଚିତ ଭାବେ ନୂତନ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି । ଯାହାଫଳରେ ୨୭ତାରିଖରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଫଟୋ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମରେ ସେମାନେ ଦାୟିତ୍ୱ ତୁଲାଇପାରିବେ ।ସୂଚନାଯୋଗ୍ୟ, ଗତ ସପ୍ତାହରେ ପଂଚାୟତିରାଜ ବିଭାଗ ପକ୍ଷରୁ ୨୯ଜଣ ଓଏଏସଙ୍କୁ ବିଡିଓ ଭାବେ ବଦଳି କରାଯାଇଥିଲା । ସେହିପରି ରାଜସ୍ୱ ବିଭାଗ ମଧ୍ୟ ୨୨୦ଜଣ ବିଡିଓଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ଡେପୁଟି କଲେକ୍ଟର, ବିଡିଓ ଆଦି ଭାବେ ବଦଳି କରିଥିଲା ।
ସେହିପରି ବୁଧବାର ରାଜସ୍ୱ ବିପର୍ୟ୍ୟୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଉ ୧୪ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ହୋଇଛି । ସେମାନେ ତହସିଲଦାର, ଡେପୁଟି କଲେକ୍ଟର ଭାବେ କାର୍ୟ୍ୟ କରିବେ । ଏହି ଅଫିସରମାନଙ୍କୁ ଆଜି ସେଣ୍ଟ୍ରାଲି ରିଲିଭ୍ କରାଯାଇଛି ।
Powered by Froala Editor