ପୁଣି କଂଗ୍ରେସକୁ ଫେରିବେ ରାଜଗୋପାଲ ରେଡ୍ଡୀ
ହଠାତ୍ କଂଗ୍ରେସ ଛାଡ଼ି ବିଜେପିରେ ମିଶି ଯାଇଥିଲେ। ଏବେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି କୋମାତିରେଡ୍ଡୀ ରାଜଗୋପାଲ ରେଡ୍ଡୀ। ଏବେ କଂଗ୍ରେସ ସପକ୍ଷରେ ଜନମତ ରହିବ ବୋଲି ଚର୍ଚ୍ଚା ହେଉଥିବାରୁ ପୂର୍ବତନ ବିଧାୟକ ଜଣଙ୍କ ପୁଣି ନିଜ ଦଳକୁ ଫେରିବା ପାଇଁ ଚାହୁଁଛନ୍ତି।
ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱାରା ପ୍ରକାଶିତ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ରାଜାଗୋପାଳ ରେଡ୍ଡୀଙ୍କ ନାମ ସାମିଲ କରାଯାଇ ନାହିଁ। ରାଜଗୋପାଳ ଭୋଙ୍ଗୀର କଂଗ୍ରେସ ଏମ୍ପି ଭେଙ୍କଟ ରେଡ୍ଡୀଙ୍କ ସାନ ଭାଇ। ସେ କଂଗ୍ରେସ ଛାଡି ଗତ ବର୍ଷ ଅଗଷ୍ଟରେ ବିଜେପିରେ ଯୋଗ ଦେଇଥିଲେ। ନିକଟରେ ଶେଷ ହୋଇଥିବା ଉପ-ନିର୍ବାଚନରେ ସେ ମୁନୁଗୋଡେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତଥାପି ସେ ସଫଳତା ପାଇଲେ ନାହିଁ।
ସେ କଂଗ୍ରେସକୁ ଫେରିବାକୁ ଯାଉଥିବାରୁ ବିଜେପି ଛାଡ଼ିଛନ୍ତି। କେ ଚନ୍ଦ୍ରଶେଖର ରାଓଙ୍କ ସରକାରଙ୍କୁ ମାତ ଦେବା ତାଙ୍କର ଏକମାତ୍ର ଲକ୍ଷ୍ୟ ଓ ଏଥର ଲୋକଙ୍କ ସମର୍ଥନ କଂଗ୍ରେସ ପ୍ରତି ରହିଥିବାରୁ ସେ ବିଜେପି ଛାଡ଼ିଥିବା କହିଛନ୍ତି।
Powered by Froala Editor