ଚାକିରି ଛାଡି ସମସ୍ତେ ରାଜନୀତି କରିପାରିବେ: ମନମୋହନ ସାମଲ

ଭୁବନେଶ୍ୱର: ଭି.କେ.ପାଣ୍ଡିଆନଙ୍କ ସ୍ୱେଛାକୃତ ଅବସର ଓ ନିଯୁକ୍ତି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଚାକିରି ସହ ରାଜନୀତିକୁ ସେ ବିରୋଧ କରୁଥିଲେ । ଚାକିରି ଛାଡି ସମସ୍ତେ ରାଜନୀତି କରିପାରିବେ । ଏବେ ସେ ରାଜନୀତି କରନ୍ତୁ । ଅତୀତରେ ବହୁ ଲୋକ ଚାକିରି ଛାଡି ରାଜନୀତିକୁ ଆସିଛନ୍ତି । ବ୍ୟକ୍ତିଙ୍କୁ ନୁହେଁ ବ୍ୟବସ୍ଥାକୁ ବିରୋଧ କରିଥିଲୁ । ବିଜେପି ତାର ନୀତି ଆଦର୍ଶକୁ ନେଇ ଲଢ଼େଇ କରିବ । ଏଣିକି ଖୋଲା ରାଜନୀତି ହେବ । ଓଡିଶାର ସ୍ୱାର୍ଥ ପାଇଁ ଲଢେଇ ହେବ । ଆନ୍ୟାୟ, ଅନୀତି, ଭ୍ରଷ୍ଟାଚାର ବିରୋଧରେ ଲଢେଇ ହେବ ।
୨୦୦୦ ବ୍ୟାଚ୍ର ଆଇଏଏସ୍ ଅଫିସର ଭି କାର୍ତ୍ତିକେୟ ପାଣ୍ଡିଆନ୍ ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଭିକେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ନେବା ନେଇ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୁପିନ୍ଦର ପାଲ ସିଂ ଏ ସଂକ୍ରାନ୍ତରେ ପତ୍ର ଲେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କୁ ଅବଗତ କରିଛନ୍ତି। ଗତ ୨୦ ତାରିଖ ଦିନ ଭି କେ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇଥିଲେ। ଏହାପରେ ଓଡ଼ିଶା କ୍ୟାଡରର ୨୦୦୦ ବ୍ୟାଚ୍ର ଆଇଏଏସ୍ ଅଫିସର ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେଇ କେନ୍ଦ୍ର ସରକାର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛନ୍ତି। ଶ୍ରୀ ପାଣ୍ଡିଆନ୍ଙ୍କ ପ୍ରସ୍ତାବ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଗୃହୀତ ହୋଇଥିବା କେନ୍ଦ୍ର କାର୍ମିକ ବିଭାଗ ଗତକାଲି ଜଣାଇଥିଲା।
Powered by Froala Editor