ବିଜେପି – ବିଜେଡିର ପଲଟିକାଲ୍ ଏଜେଣ୍ଟ ଭାବେ କାମ କରିବେ ପାଣ୍ଡିଆନ: ଶରତ ପଟ୍ଟନାୟକ

ଭୁବନେଶ୍ବର: ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଭି.କେ ପାଣ୍ଡିଆନଙ୍କ ଇସ୍ତଫା ଏକ ପ୍ରହେଳିକା। କ୍ଷମତା ହାସଲ ପାଇଁ ପୁଣି ଏକ ଷଡ଼ଯନ୍ତ୍ର। ବିଜେପି – ବିଜେଡି ଏକ। ସେଥିଲାଗି ୩ ଦିନ ଭିତରେ ଇସ୍ତଫାକୁ ଗ୍ରହଣ କଲା କେନ୍ଦ୍ର।
ସେ ଆହୁରି କହିଛନ୍ତି, ପାଣ୍ଡିଆନଙ୍କ ଉପରେ ବିଜେଡି ଓ ବିଜେପିର ଆଶୀର୍ବାଦ ରହିଛି। ପାଣ୍ଡିଆନ ବିଜେପି – ବିଜେଡିର ପଲଟିକାଲ୍ ଏଜେଣ୍ଟ ଭାବେ କାମ କରିବେ ଆଗାମୀ ନିର୍ବାଚନରେ। ଉଭୟ ଦଳର ବିକଳ୍ପ ହେଉଛି କଂଗ୍ରେସ। ୫-ଟି ହେଉଛି ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥା। ବୟସ ଦୃଷ୍ଟିରୁ ନବୀନ ସବୁଆଡ଼େ ଆଦୌ ଯାଇ ପାରୁନାହାନ୍ତି। ନବୀନ ଏବେ ଓଡ଼ିଶାକୁ ପୁଣି ଥରେ ଲିଜ୍ ଦେବାକୁ ବସିଛନ୍ତି। ଦୁଇଟି ପଦବୀରେ ପାଣ୍ଡିଆନଙ୍କୁ ବସେଇ ନବୀନ ଓଡ଼ିଶା ପାଇଁ ଆସିଥିବା ୪ହଜାର କୋଟି ଟଙ୍କାକୁ ନିର୍ବାଚନରେ କିଣାବିକା କରିବାକୁ ତାଙ୍କର ଏହା ସୁଚିନ୍ତିତ ଯୋଜନା। ଓଡ଼ିଆ ଭାଇମାନେ ଠିକ୍ ସମୟରେ ଠିକ୍ ଜବାବ୍ ଦେବେ। ଓଡ଼ିଆ ଭାଇ ଓଡ଼ିଶାକୁ ଶାସନ କରନ୍ତୁ। ଓଡ଼ିଶାର ଶାସନ ଭାରକୁ ବାହାର ରାଜ୍ୟର ଲୋକଙ୍କୁ ଟେକା ଯାଇପାରିବନି।
Powered by Froala Editor