ସାଂଗଠନିକସ୍ତରରେ ବଡ଼ ପରିବର୍ତ୍ତନ କଲା ତୃଣମୂଳ କଂଗ୍ରେସ : ଅଭିଷେକ ବାନାର୍ଜୀ ସାଧାରଣ ସଂପାଦକ
ତୃଣମୂଳ କଂଗ୍ରେସର ସାଂଗଠନିକ ସ୍ତରରେ ପରିବର୍ତ୍ତନ ହୋଇଛି । ନୂଆ ନିଷ୍ପତ୍ତି ଅନୁଯାୟୀ, ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରେ ଅବସ୍ଥାପିତ କରାଯାଇଛି। ଅଭିଷେକ ହେଉଛନ୍ତି ଡାଇମଣ୍ଡ ହାରବରର ସାଂସଦ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା।
ତୃଣମୂଳ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ । ବୈଠକରେ ଆଗାମୀ ଦିନରେ ଦଳର ରଣନୀତି ସମ୍ପର୍କରେ ହୋଇଥିଲା ମାରାଥନ ଆଲୋଚନା । ଟିଏମସିର ସାଧାରଣ ସଂପାଦକ ଭାବେ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ସେହିପରି ତୃଣମୂଳ କଂଗ୍ରେସର ଯୁବ ସଭାପତି ଭାବେ ସାୟୋନୀ ଘୋଷଙ୍କୁ ଦାୟିତ୍ବ ଦିଆଯାଇଛି । ଦଳର ସଂଗଠନକୁ ଜାତୀୟ ସ୍ତରରେ ମଜବୁତ କରିବା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦର ଟିଏମସିର ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି। ଇଣ୍ଡିଆନ ନ୍ୟାଶନାଲ ତୃଣମୂଳ ଟ୍ରେଡ ୟୁନିୟନର ଜାତୀୟ ସଭାପତି ପଦ ସାଂସଦ ଦୋଳା ସେନଙ୍କୁ ମିଳିଛି। ଦଳର ବରିଷ୍ଠ ନେତା ପୂର୍ଣ୍ଣେନ୍ଦୁ ବୋଷଙ୍କୁ ଟିଏମସି ଚାଷୀ ସଂଗଠନର ସଭାପତି କରାଯାଇଛି। ଟିଏମସି ସାଂସ୍କୃତି ସେଲର ଇନ ଚାର୍ଜ ପଦ ପ୍ରଥମଥର ବିଧାୟକ ହୋଇଥିବା ପୂର୍ବତନ ଫିଲ୍ମ ନିର୍ମାତା ରାଜ ଚକ୍ରବର୍ତ୍ତୀଙ୍କୁ ମିଳିଛି।
Powered by Froala Editor