ଗଣ୍ଡଗୋଳ: ଗାଁ ଦାଣ୍ଡରେ ଠେଙ୍ଗା ପଥରରେ ପିଟି ପିଟି ଜଣଙ୍କୁ ହତ୍ୟା
ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା କନକପୁର ଗାଁର ଅଘଟଣ। ଚାଷ ଜମିରେ ପାଣି ମଡାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଆଉ ଏହି ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ କନକପୁର ଗାଁର ଅବଧୂତ ତରିଆ । ଗାଁ ଦାଣ୍ଡରେ ଠେଙ୍ଗା ପଥରରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ।
ଖବର ଅନୁଯାୟୀ, ତାଳସରଡା ପଂଚାୟତର କନକପୁର ଗ୍ରାମର ଅବଧୁତ ତରିଆ ଓ ବିରେନ ବିଶିଙ୍କ ପରିବାର ମଧ୍ୟରେ ଚାଷ ଜମିକୁ ପାଣି ମଡାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଅବଧୁତ ତରିଆ କୌଣସି କାମରେ ଗାଁରୁ ବାହାରକୁ ଯାଉଥିବା ବେଳେ ବିରେନ ବିଶିଙ୍କ ପରିବାର ପକ୍ଷରୁ ଗାଁ ଦାଣ୍ଡରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଗାଁ ଦାଣ୍ଡ ମଝିରେ ଠେଙ୍ଗା ଓ ପଥରରେ ପିଟି ପିଟି ହତ୍ୟା ମାରି ଦେଇଥିବା ଅଭିଯୋଗରେ କରିଛନ୍ତି ପରିବାର ଲୋକେ । ଆକ୍ରମଣରେ ଅବଧୁତ ତରିଆ ପ୍ରଥମରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ପରିବାର ଲୋକେ ପ୍ରଥମେ ବାଉଁଶୁଣି ମେଡିକାଲରେ ଭର୍ତି କରିଥିଲେ । ପରେ ଅବସ୍ଥା ଗୁରୁତ୍ୱ ଥିବାରୁ ତାଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
Powered by Froala Editor