ମେଡ଼ିକାଲ କଲେଜ ଓ ସିଟି ଡାକ୍ତରଖାନା ପାଇଁ ଜେଲଭରା ଆନ୍ଦୋଳନ କରିବାକୁ ଗଣ ଗର୍ଜନ ସମାବେଶରେ ଘୋଷଣା

ଭୁବନେଶ୍ୱର, ତା. ୧୮/୧୦ ରିଖ : କେନ୍ଦ୍ରପଡ଼ାରେ ମେଡ଼ିକାଲ କଲେଜ ଓ କେନ୍ଦ୍ରପଡ଼ା ମ୍ୟୁନିସ୍ପାଲଟିରେ ଅରର୍ବାନ ସି.ଏଚ୍.ସି ପ୍ରତିଷ୍ଠା ଦାବିରେ କେନ୍ଦ୍ରପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଗଣଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ନଗର କଂଗ୍ରେସର ସଭାପତି ରାଜେଶ ମହାନ୍ତି ସଭାପତିତ୍ୱ କରି ରାଜ୍ୟ ସରକାରଙ୍କର କେନ୍ଦ୍ରପଡ଼ା ପ୍ରତି ଅଣଦେଖା ପ୍ରତିବାଦରେ କେନ୍ଦ୍ରପଡ଼ାବାସି ଗର୍ଜି ଉଠିଥିବାରୁ ଉଭୟ ନଗର ଓ ବ୍ଲକ କଂଗ୍ରେସ ତରଫରୁ ସେ କୃତଜ୍ଞତା ଜଣାଇଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ଜନାସମାବେଶରେ ଉଦ୍ବୋଧନ ଦେଇ କହିଥିଲେ ଯେ, ମେଡ଼ିକାଲ କଲେଜ, ସିଟି ଡାକ୍ତରଖାନା ଦାବିକୁ ଉପେକ୍ଷା କରିବା ରାଜ୍ୟ ସରକାରଙ୍କର କେନ୍ଦ୍ରପଡ଼ା ପ୍ରତି ଘୋର ଅବିଚାର । କେନ୍ଦ୍ରପଡ଼ା ଜିଲ୍ଲାକୁ ନଂ-୧ କରିବାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଦୃଷ୍ଟିରୁ କଂଗ୍ରେସର ଉପରୋକ୍ତ ଦୁଇଟି ଦାବିକୁ ଉପେକ୍ଷା କରିବା ଘୋର ଆପତିଜନକ । ଶ୍ରୀ ବେହେରା କେନ୍ଦ୍ରପଡ଼ାବାସୀଙ୍କୁ ଆଶ୍ୱାସନା ଦେଇ ଘୋଷଣା କରିଥିଲେ ଯେ, ଆପଣ ଏକା ନୁହଁନ୍ତ ଆପଣଙ୍କ ସହ କଂଗ୍ରେସ ଅଛି, ଆପଣଙ୍କ ସହ ଆମ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଏବଂ ଆପଣଙ୍କ ସହ ମୁଁ ଅଛି । ଦାବି ପୁରଣ ନ ହେଲା ପର୍ଯ୍ୟନ୍ତ ଲଢ଼େଇରୁ ଓହରିବା ପାଇଁ ପ୍ରଶ୍ନ ଉଠୁନାହିଁ ।
ଗରାପୁର କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ବାଇକ ରାଲୀ ତିନି ମୁହାଁଣି, ନୁଆ ବସଷ୍ଟାଣ୍ଡ, ପୁରୁଣା ବସ୍ଷ୍ଟାଣ୍ଡ ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା । ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୁର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପୁର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏହି ରାଲିର ନେତୃତ୍ୱ ନେଇଥିଲେ । କେନ୍ଦ୍ରପଡ଼ା ସହରର ପଥର ବସ୍ତି ସହରର ଠାରୁ ଶହ ଶହ ମହିଳା ରାଲିରେ ସାମିଲ ହୋଇ ପଦଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଜିଲ୍ଲାପାଳ ଅଫିସ ଘେରାଉ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ଗଣଗର୍ଜନ ସମାବେଶରେ ଶ୍ରୀଯୁକ୍ତ ଚିନ୍ମୟ ପ୍ରସାଦ ବେଉରା, ଦେବେନ୍ଦ୍ର ଶର୍ମା, ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦାସ, ପିସିସି ଗଣମାଧ୍ୟମ ସଂଯୋଜକ ଦିପକ ମହାପାତ୍ର, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡ଼ା, ଜିଲ୍ଲା କିସାନ କଂଗ୍ରେସ ସଭାପତି ନାରାୟଣ ପରିଡ଼ା, ପୁର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରବେଜ୍ ଅକ୍ତର, ପୂର୍ବତନ ସରପଂଚ ପ୍ରଭାତ କୁମାର ଉଡ଼ାନସିଂ, ପ୍ରଦ୍ୟୁମ୍ନ ଜେନା, ଜିଲ୍ଲା କଂଗ୍ରେସ ସଭାପତି ବିନତୀ ପ୍ରିୟଦର୍ଶନୀ ରାଉତ, ଜିଲ୍ଲା କଂଗ୍ରେସ ଅନୁସୂଚୀତ ଜାତି ସଭାପତି – ସର୍ବେଶ୍ୱର ସେଠୀ, ଡିସିସି ସାଧାରଣ ସମ୍ପାଦକ - ଅଭିଶେଷ ବିଶ୍ୱାଳ, ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପଟାମୁଣ୍ଡାଇ ନଗର ସଭାପତି ଅମୁଲ୍ୟ ପ୍ରଧାନ, ରାଜକନିକା ବ୍ଲକ ସଭାପତି ମଙ୍ଗୁଳୀ ଚରଣ ବେହେରା, ଆଳି ବ୍ଲକ କଂଗ୍ରେସ ସଭାପତି ରବିନାରାୟଣ ବେହେରା, ପୂର୍ବତନ ସଂଖ୍ୟାଲଘୁ ସଭାପତି ଅବଦୁଲ୍ଲ ସତା, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କାଉନ୍ସିଲର ହିଜିବୁର ରହେମାନ, ଜିଲ୍ଲା କଂଗ୍ରେସ ବରିଷ୍ଠ ଉପସଭାପତି ସମୁଦ୍ର ପୃଷ୍ଟି ପ୍ରମୁଖ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କର କେନ୍ଦ୍ରାପଡ଼ ବିରୋଧି ମନୋଭାବର କଠୋର ସମାଲୋଚନା କରିଥିଲେ ଓ ମେଡ଼ିକାଲ କଲେଜ ଏବଂ ସିଟି ଡାକ୍ତରଖାନ ଆନ୍ଦୋଳନ ଆହୁରି ଅଧିକ ଜୋରଦାନ କରାଯିବ ବୋଲି ଘୋଷଣା କରିଥିଲେ ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାବାଜି ମଲ୍ଲିକ, ଅଜିତ୍ ମହାପାତ୍ର, ପ୍ରଶାନ୍ତ ବିଶ୍ୱାଳ, ଲକ୍ଷ୍ମୀଧର ପଲ୍ଲାଇ, ଅନନ୍ତ ଚରଣ ସ୍ୱାଇଁ, ବିଚିତ୍ର ଲେଙ୍କା, କାଳନ୍ଦି ଚରଣ ମଲ୍ଲିକ, ସେକ୍ ଅରମାନ୍, ମିର୍ ମୁର୍ସିଦ୍ଦ୍, ସେକ୍ ଚାନ୍ଦବାବୁ, ରମେଶ ଚନ୍ଦ୍ର ଦାସ, ଗଣେଷ ଚନ୍ଦ୍ର ମେକାପ, କମଳାକାନ୍ତ ବେହେରା, ଜ୍ଞାନରଞ୍ଜନ ସାହୁ, ତୋଫାନ କୁମାର ସ୍ୱାଇଁ, ଶାରଦା ପ୍ରସନ୍ନ ରାଉତ (କ) ଶାରଦା ପ୍ରସନ୍ନ ରାଉତ (ଖ), ବସନ୍ତ ରାଉତ, କଳାକାର ମଲ୍ଲିକ, ଶରତ ଚନ୍ଦ୍ର ସ୍ୱାଇଁ, ସେକ୍ ନିସାର, ସେକ୍ ହାତୁନ୍, ଏକାମ୍ର ଖାନ୍, ପିତାମ୍ବର ଜେନା, କୃଷ୍ଣଚନ୍ଦ୍ର ମଲ୍ଲିକ, ବୃଷଭାନ୍ତ ଦାସ, ବିଶ୍ୱଜିତ୍ ମହାନ୍ତି, ଅରିତ୍ କୁମାର ରାଉତ, ଦିପକ କୁମାର ଭଦ୍ର, ଦୀପକ କୁମାର ନାୟକ, ରାକେଶ ବେହେରା, ଚମନ କୁମାର ସାହୁ, ମହେଶ୍ୱର ବିହାରି, ସେକ୍ ମନାନ, ପ୍ରସନ୍ନ କୁମାର ଜେନା, ଅଭୟ କୁମାର ଦାସ, ନରେଶ ଚନ୍ଦ୍ର ଜେନା, ରଞ୍ଜନ କୁମାର ନାୟକ, ସୁରେନ୍ଦ୍ର କୁମାର ସ୍ୱାଇଁ, ସୁନିଲ କୁମାର ସାହୁ, ଦୟାନିଧି ପରିଡ଼ା, ରାଜନ ଥାଟୋଇ, ଦିଲ୍ଲୀପ କୁମାର ରାଉତ, ହିମାନ୍ସୁ ବେହେରା, ସଂଜୀବ କୁମାର ବିଶ୍ୱାଳ, ବିକାଶ କୁମାର ମଲ୍ଲିକ, ସର୍ବେଶ୍ୱରମଲ୍ଲିକ, ଚିତରଂଜନ ସାମଲ, ସୁବନୀ ସାହୁ, ଗତାନୁଗତ ବିଶ୍ୱାଳ, ରଜନକାନ୍ତ ସ୍ୱାଇଁ, ସେକ୍ ଲାଲ ବାବୁ ପ୍ରମୁଖ ବାଇକ୍ ଶୋଭାଯାତ୍ରା ପରିଚାଳନ କରିଥିଲେ ।
ଜିଲ୍ଲାପାଳ କାର୍ଯ୍ୟ ଘେରାଉ ପର୍ବ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିଲୁ ମହାପାତ୍ର ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ର କୁମାରପ୍ରଧାନଙ୍କ ମାଧ୍ୟରେ ପ୍ରଦାନ କରାଯାଇଥିଲା ।
Powered by Froala Editor