ବିଜେପି ବିଧାୟକଙ୍କ ମୁଁହରେ ରାଜ୍ୟ ସରକାରଙ୍କ ପ୍ରଶଂସା

ମୟୁରଭଂଜ ଜିଲ୍ଲା ଉଦଳା ହାଇସ୍କୁଲ ପଡିଆରେ ମୋ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ସହ ଉଦଳାର ବିଜେପି ବିଧାୟକ ଭାସ୍କର ମଢେଇ ସାମିଲ ହୋଇଥିଲେ । ଆଉ ଏଥିରେ ସେ ଉଦଳା ଅଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଂଶସା କରିଥିଲେ ।
ଭରା ସଭାରେ ବିଜେପି ବିଧାୟକ ଭାସ୍କର ମଢେଇ ରାଜ୍ୟ ସରକାର ଓ ବିଭିନ୍ନ ଯୋଜନାର ପ୍ରଂଶସା କରିଛନ୍ତି । ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଲାବେଳେ ରାଜ୍ୟସରକାରଙ୍କ ପ୍ରଶଂସା କରିଥିଲେ | ଉଦଳାର ଶିକ୍ଷା, ସ୍ୱାସ୍ଥ୍ୟ ସହିତ ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଗୁଣଗାନ କରିଥିଲେ । ଜଣେ ବିଜେପି ବିଧାୟକଙ୍କ ଏଭଳି ପ୍ରଂଶସା ଉଦଳାର ରାଜନୈତିକ ପାଣିପାଗକୁ ସରଗରମ କରିଛି ।
Powered by Froala Editor