ମହୋଷଧି ହଳଦୀ....

କଷା ମସଲାରେ ମାତ୍ର ଚିମୁଟାଏ ହଳଦୀ ମିଶାଇଦେଲେ,ତରକାରିରେ ରଙ୍ଗ ବଦଳିଯାଏ । ଏତିକି ଟିକିଏ ହଳଦୀ ହେଲେ ତା ଗୁଣ ବି କିଛି କମ୍ ନୁହେଁ । କରୋନା ସଂକ୍ରାମକର ଭୟାବହତା ପୂରା ବିଶ୍ୱରେ ଚାଲିଥିବା ବେଳେ ବିଦେଶୀ ଡ଼ାକ୍ତର ମାନେ ହଳଦୀକୁ ମହୋଷଧି ବୋଲି କହିଥିଲେ । ପାଶ୍ଚତ୍ୟ ରାଷ୍ଟ୍ରରେ ସେଇ ସମୟରେ ହଳଦୀରେ ଉପଯୋଗିତା ସମସ୍ତେ ଜାଣିପାରିଲେ । ଗୁଣ୍ଡ ହଳଦୀ ତୁଳନାରେ ଖଣ୍ଡ କଂଚା ହଳଦୀରେ ଔଷଧୀୟ ଗୁଣ ସବୁଠୁ ଅଧିକ ବୋଲି ବିଶେଷଜ୍ଞ ଦଳ କହିଛନ୍ତି ।
ହଳଦୀକୁ ପାନୀୟ ଭାବେ କିମ୍ବା ରନ୍ଧା ହେଉଥିବାବେଳେ ମଧ୍ୟ ମିଶାଇ ଖାଇ ପାରିବେ । ଗାଁ ଗହଳି ଲୋକ ଏବେ ଯାଏଁ କଂଚା ହଳଦୀ ବଟା ଖାଉଛନ୍ତି । ସେଥିପାଇଁ ସେଠି ବୟସ୍କଲୋକଙ୍କୁ ଆଣ୍ଠୁ ଗଣ୍ଠି ରୋଗ ସହଜରେ ହୁଏନି । ଯେତେ ପ୍ରକାର ସଂକ୍ରାମକ ରୋଗରୁ ରକ୍ଷାପାଇବାକୁ ଚାହୁଁଥିଲେ, ନିୟମିତ ଉଷୁମ ଖିରରେ ହଳଦୀ ଚିମୁଟାଏ ମିଶାଇ ପିଅନ୍ତୁ ।କିଛି ସମୟ ପରେ ଏହି ପାନୀୟର ଶକ୍ତି ଜାଣିପାରିବେ । କରୋନା ପର ଠାରୁ ଚୀନ୍,ଜାପାନ୍ ,ଆମେରିକାରେ ହଳଦୀ ଚା କୁ ବି ଲୋକେ ଆଦରି ନେଇଛନ୍ତି ।
Powered by Froala Editor