Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ...

  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ...

  • ୪୩୦୦ ଖସିଲା ସୁନା ଦର

  • ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ...

  • ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ...

  • ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ...

  • ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ...

  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ...

  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ...

ରାଜନୀତି
Home ›› ରାଜନୀତି ››ଓଡ଼ିଶାର ‘ପରିବା ଝୁଡ଼ି’ ଆଠଗଡ଼ ଚାଷୀ ମାନଙ୍କର ବିକାଶ ଓ ପରିଶ୍ରମର ପରାକାଷ୍ଠାକୁ ସ୍ୱତନ୍ତ୍ର ପରିଚୟ ଦେଇଛି : ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ‘ପରିବା ଝୁଡ଼ି’ ଆଠଗଡ଼ ଚାଷୀ ମାନଙ୍କର ବିକାଶ ଓ ପରିଶ୍ରମର ପରାକାଷ୍ଠାକୁ ସ୍ୱତନ୍ତ୍ର ପରିଚୟ ଦେଇଛି : ଧର୍ମେନ୍ଦ୍ର ପ୍ରଧାନ

2023-10-14 18:44:15
14157
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶାର ‘ପରିବା ଝୁଡ଼ି’ ଆଠଗଡ଼ ଚାଷୀ ମାନଙ୍କର ବିକାଶ ଓ ପରିଶ୍ରମର ପରାକାଷ୍ଠାକୁ ସ୍ୱତନ୍ତ୍ର ପରିଚୟ ଦେଇଛି : ଧର୍ମେନ୍ଦ୍ର ପ୍ରଧାନ

ଆଠଗଡ, ଅକ୍ଟୋବର ୧୪ –  ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ କରିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ୫୬ ହଜାର ୭୧୪ ଘର ନିର୍ମାଣ ହୋଇପାରିଛି । ନିର୍ଦ୍ଧାରିତ ସମୟରେ ବଳକା ୯ ଲକ୍ଷ ୮୨ ହଜାର ୭୧୩ ଘର ନିର୍ମାଣ କରିବା ପାଇଁ ହେଲେ ଓଡ଼ିଶା ସରକାରଙ୍କୁ ଦିନକୁ ପ୍ରାୟ ୯ ହଜାର ଘର ନିର୍ମାଣ କରିବା ପାଇଁ ଆବଶ୍ୟକ ଥିବା ବେଳେ ଦିନକୁ ମାତ୍ର ୩୨ଟି ଘର ନିର୍ମାଣ କରୁଛନ୍ତି, ଯାହା ଅପାରଗ ଓଡ଼ିଶା ସରକାରଙ୍କ ପାରିବାପଣିଆକୁ ଦର୍ଶାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଠଗଡ଼ ମହୋତ୍ସବ ପଡିଆରେ ଆୟୋଜିତ ‘ସଂକଳ୍ପ ସମାବେଶ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଗତ ୯ ବର୍ଷରେ ଓଡ଼ିଶାକୁ ଆବାସ ଯୋଜନାରେ ପାଖାପାଖି ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଘର ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ସାଢେ ୨୭ ଲକ୍ଷ ଏବଂ ୨୦୧୪ ରୁ ୨୦୧୬ ମଧ୍ୟରେ ଆବାସ ଯୋଜନାରେ ସାଢେ ୪ ଲକ୍ଷ ଘର ଦେଇଛନ୍ତି । ସେ କହିଛନ୍ତି ଯେ ମୋଦି ସରକାର ଆସିବା ପରେ ୨୦୧୧ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ଭିତ୍ତିରେ ଓଡ଼ିଶା ପାଇଁ ୪୧.୭୨ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରିବା ପାଇଁ ଚୟନ କରିଥିଲେ । ମାତ୍ର ରାଜ୍ୟ ସରକାର ଏହି ୪୧.୭୨ ଲକ୍ଷ ତାଲିକାରୁ ୧୪ ଲକ୍ଷ ୮ ହଜାର ୫୭୪ ହିତାଧିକାରୀଙ୍କୁ ହଟାଇ ଦେଇ ୨୭ ଲକ୍ଷ ୬୪ ହଜାର ୧୪୬ ହିତାଧିକାରୀ ଚୟନ କରିଥିଲେ ।

ସେହିପରି ଆଠଗଡରେ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା ଦୁର୍ନୀତିର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମଞ୍ଚେଶ୍ଵର ପଞ୍ଚାୟତ ଲିଙ୍ଗପଡା ଗାଁର କମଳା ସାହୁ ୨୦୧୪ରୁ ଆଖି ବୁଜିଲେଣି । ମାତ୍ର ତାଙ୍କୁ ୨୦୧୬ରେ ଆବାସରେ ଘର ମିଳିଥିଲା । କୁମାରପୁର ଗାଁର ଟୁନା ମଲିକ ନାଁରେ ଆବାସ ଘର ମିଳିବା ପରେ ତାଙ୍କ ପାଇ ଆସିଥିବା ୧ ଲକ୍ଷ ୨୦,୦୦୦ ଟଙ୍କା କେହି ଉଠାଇ ନେଇଥିବାର ଅଭିଯୋଗ ହୋଇଥିଲା । ଖୁଣ୍ଟାକଟା ଗ୍ରାମର ଶ୍ରୀମତୀ ପଞ୍ଚେଇ ଦେଇ ୨୦୧୯ରେ ସ୍ୱର୍ଗବାସ ହେବା ପରେ ତାଙ୍କ ନାଁରେ ୨୦୨୩ ରେ ଆବାସ ଘର ଆସିଛି । ଏପରିକି ଜମି ନଥିବା, ବ୍ୟାଙ୍କ ଆକାଉଣ୍ଟ ନଥିବା ହିତାଧିକାରୀଙ୍କୁ ମଧ୍ୟ ୱାର୍କ ଅର୍ଡର ମିଳିଛି, ଯାହା ଦୁର୍ନୀତିକୁ ଦର୍ଶାଉଛି । ବିକାଶ ପରିବର୍ତ୍ତେ ମୋଦି ଦେଉଥା ଅର୍ଥ ବିଜେଡି ନେତାଙ୍କ ପକେଟ ଗରମ କରୁଛି । ଏହା ଓଡ଼ିଆ ଲୋକଙ୍କ ବିରୁଦ୍ଧରେ ଷଡଯନ୍ତ୍ର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ରତ୍ନଗର୍ଭା ଆଠଗଡ଼ ମାଟି ‘କୁଜିବରପତ୍ର’ର ପ୍ରତିଷ୍ଠାତା ସାଧୁ ସୁନ୍ଦର ଦାସଙ୍କ ମାଟି, ପଦ୍ମଭୂଷଣ ଡକ୍ଟର ରାଧାନାଧ ରଥଙ୍କ ଜନ୍ମଭୂମି ଓ ଜନନାୟକ ପବିତ୍ର ମୋହନ ପ୍ରଧାନଙ୍କ କର୍ମଭୂମି । ଏହି ମାଟି ଯୁବ ବୈଜ୍ଞାନିକ ଇନ୍ଦ୍ରଜିତ ସାହୁଙ୍କ ପରି ସୁପୁତ୍ରଙ୍କୁ ଜନ୍ମ ଦେଇଛି । ଓଡ଼ିଶାର ‘ପରିବା ଝୁଡ଼ି’ ଆଠଗଡ଼ ଚାଷୀ ମାନଙ୍କର ବିକାଶ ଓ ପରିଶ୍ରମର ପରାକାଷ୍ଠାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଗଡଜାତ ଅଞ୍ଚଳ ଆଠଗଡ ସର୍ବଦା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢିବା ଶିଖାଇଛି । ସେଭଳି କ୍ଷେତ୍ରରେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଆୟୋଜିତ ସଂକଳ୍ପ ସମାବେଶରେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ଅଭୁତପୂର୍ବ । କିନ୍ତୁ ସେହି ଆଠଗଡ଼ ଭଳି ଚଷାଚାଷୀ ଅଞ୍ଚଳରେ ଶୀତଳ ଭଣ୍ଡାର ନଥିବା ଦୁଃଖର ବିଷୟ । ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ପର୍ଯ୍ୟାପ୍ତ ଟଙ୍କା ପଠାଉଥିବା ବେଳେ ଓଡ଼ିଶା ସରକାର ଭୋଟ ମାୟାରେ ବାୟା ହୋଇଯାଇଛନ୍ତି । କେବଳ ଫଟୋ ଛପାଇ ନାଁ ନେବାର ଯୋଜନା କରାଯାଉଛି । ଆଠଗଡର ସମବାୟ ସଂସ୍ଥାର ଦୁର୍ନୀତି ହାଟରେ ପଡି ଦାଣ୍ଡରେ ଗଡୁଛି । ମହିଳାମାନେ ନିର୍ଯ୍ୟାତିତ । ଯୁବକମାନେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।

କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି । ଆଜି ଦେଶରେ ପ୍ରଧାନମନ୍ତ୍ରୀ ମା’ ମାନଙ୍କର ଆସ୍ଥାର ପ୍ରତୀକ ଓ ସ୍ୱାଭିମାନର ଛବି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫୦୦ ଟଙ୍କା ସବସିଡି ବଢାଇବା, ଆବାସ ଯୋଜନାରେ ଘର, ଶୌଚାଳୟ, ପାନୀୟ ଜଳ, ଜନଧନ, ମୁଦ୍ରା, ଜାତୀୟ ଗ୍ରାମୀଣ ଜୀବନ ଜୀବିକା ମିଶନ, ଲକ୍ଷପତି ଦିଦି, ମହିଳା ଚାଷୀଙ୍କୁ ଡ୍ରୋନ ସହ ଯୋଡିବା ଭଳି ବିଭିନ୍ନ ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏକ ଶୋଭାଯାତ୍ରାରେ ଯୋଗଦେଇଥିଲେ । ଆଠଗଡ ସମେତ ବିଭିନ୍ନ ସ୍ଥାନୀୟ ସ୍ଥାନରେ ତାଙ୍କୁ ପାରମ୍ପରିକ ଭାବରେ ସ୍ୱାଗତ କରାଯାଇଥିଲା ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ଇରାନ
    ଦେଶ-ଦେଶାନ୍ତର

    ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ଇରାନ

    13560
    Jun 11, 2026
  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା

    13259
    Jun 11, 2026
  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ
    ଦେଶ-ଦେଶାନ୍ତର

    ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ

    13563
    Jun 10, 2026
  • ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା
    ଦେଶ-ଦେଶାନ୍ତର

    ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା

    13921
    Jun 11, 2026
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

    14874
    Jun 10, 2026
  • ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ପ୍ରଣିତ
    ମନୋରଞ୍ଜନ

    ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ପ୍ରଣିତ

    15252
    Jun 11, 2026
  • ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ସାୟୋନୀ ଘୋଷଙ୍କ ସମେତ ୧୯ ଜଣ ଲୋକସଭା ସାଂସଦ ...
    ରାଜନୀତି

    ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ସାୟୋନୀ ଘୋଷଙ୍କ ସମେତ ୧୯ ଜଣ ଲୋକସଭା ସାଂସଦ ...

    14917
    Jun 11, 2026
  • ଗୁରୁ ରନ୍ଧାୱାଙ୍କ
    ମନୋରଞ୍ଜନ

    ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ଜିମ୍‌ରେ ଗୁଳିମାଡ଼

    14816
    Jun 11, 2026
  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...
    ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...

    14931
    Jun 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

    14874
    Jun 10, 2026
  • ଦେଶ-ଦେଶାନ୍ତର

    ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା

    13259
    Jun 11, 2026
  • ଦେଶ-ଦେଶାନ୍ତର

    ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ

    13563
    Jun 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16920
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17538
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17586
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17977
    Sep 06, 2023

ବିଶେଷ

  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13501
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15382
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14173
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    14066
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14995
    Jun 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15461
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15204
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15689
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14031
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା

    13921
    Jun 11, 2026
  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା

    13259
    Jun 11, 2026
  • ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ପ୍ରଣିତ

    15252
    Jun 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In