ସମୁଦ୍ରରେ ଗାଧୋଇବା ଭାରି ପଡ଼ିଲା : ମୁହଁରେ ଲାଖିଗଲା ଅକ୍ଟୋପସ, ଛାଡ଼ିଲାନି
ସମୁଦ୍ରରେ ଗାଧୋଉଥିବାବେଳେ ମୁହଁରେ ଲାଖିଗଲା ଅକ୍ଟୋପସ । ପରିସ୍ଥିତି ଏମିତି ହେଲା ଯେ, ପର୍ଯ୍ୟଟକଙ୍କୁ ହସ୍ପିଟାଲ ନେବାକୁ ପଡିଲା । ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ସମୁଦ୍ରରେ ଗାଧୋଇବା ନିଶା ଛାଡିଯିବ । ଘଟଣାର ଏକ ଲୋମଟାଙ୍କୁରା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି, ଅକ୍ଟୋପସ ବ୍ୟକ୍ତିଙ୍କ ମୁହଁ ଓ ଛାତିରେ ସମ୍ପୂର୍ଣ୍ଣ ଭାବେ ଲାଖି ଯାଇଥିଲା। ଏହାପରେ ବ୍ୟକ୍ତି ତଥା ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଅକ୍ଟୋପସକୁ ଛଡ଼ାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ରହିଥିଲେ। ଏହି ଘଟଣା ପରେ ବ୍ୟକ୍ତିଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଡାକ୍ତର ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇଯାଇଥିଲେ। ଡାକ୍ତର ତୁରନ୍ତ ବ୍ୟକ୍ତିଙ୍କ ଚିକିତ୍ସା ଆରମ୍ଭ କରି ଅକ୍ଟୋପସକୁ ପର୍ଯ୍ୟଟକଙ୍କ ଚେହେରାରୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଅନେକ ଚେଷ୍ଟାପରେ ଡାକ୍ତର ଅକ୍ଟୋପସକୁ ସୁରକ୍ଷିତ ଭାବେ ବାହାର କରିଥିଲେ।
Powered by Froala Editor