ଆଖି ଫିଡିକିବାର ଭିନ୍ନ ଭିନ୍ନ ମହତ୍ତ୍ୱ, ଜାଣନ୍ତୁ କଣ ?

ଆଖି ଫିଡିକିବା ଏକ ସାଧାରଣ କଥା। କାହାର ଆଖି ଫିଡିକେ ଘରର ବଡମାନେ କୁହନ୍ତି ଯେ କୌଣସି ଶୁଭ ବା ଅଶୁଭ ଘଟଣା ଘଟିବାକୁ ଯାଉଛି। ସମୁଦ୍ର ଶାସ୍ତ୍ରରେ କୁହାଯାଇଛି ଯେ ଶରୀରର ଅଙ୍ଗ ବ୍ୟତୀତ ଆଖି ଫିଡିକିବା ମଧ୍ୟ ଏକ ସଙ୍କେତ। କିନ୍ତୁ ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ ଥର ଆଖି ଫିଡିକିବା ଅଶୁଭ। ବେଳେବେଳେ ଏହା ଶୁଭ ସମାଚାର ମଧ୍ୟ ଦେଇଥାଏ। ଶୁଭ କିମ୍ବା ଅଶୁଭ ସଙ୍କେତ ଆପଣଙ୍କ କେଉଁ ଆଖି ଫିଡୁକୁଛି ତାହା ଉପରେ ନିର୍ଭର କରେ। ଭାରତରେ ଆଖି ଫିଡିକିବା ଅନେକ ସ୍ଥାନରେ ଏକ ଖରାପ ଘଟଣା ବୋଲି ବିବେଚନା କରାଯାଏ।
ବାମ ଏବଂ ଡାହାଣ ଆଖି ଫିଡିକିବାର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ମହିଳାଙ୍କ ପାଇଁ, ବାମ ଆଖି ଫିଡିକିବା ଶୁଭ ବୋଲି ବିବେଚନା କରାଯାଉଥିବାବେଳେ ଡାହାଣ ଆଖି ଫିଡିକିବା ଅଶୁଭ କୁହାଯାଏ। ଅନ୍ୟପକ୍ଷରେ, ପୁରୁଷମାନଙ୍କ ପାଇଁ ଏହାର ଭିନ୍ନ ମହତ୍ତ୍ୱ ରହିଛି। ପୁରୁଷମାନଙ୍କ ଡାହାଣ ଆଖି ଫିଡିକିବାର ଅର୍ଥ ସେମାନେ ଭଲ ପାଉଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଛନ୍ତି। ଡାହାଣ ଆଖି ଫିଡିକିବା ମଧ୍ୟ ସୂଚିତ କରେ ଯେ ଆପଣଙ୍କର ଦୀର୍ଘ ଦିନର ଇଚ୍ଛା ପୂରଣ ହେବାକୁ ଯାଉଛି।
ସାଧାରଣତଃ ଏହା ଏକ ସଙ୍କେତ ହୋଇପାରେ ଯେ ପୁରୁଷଙ୍କୁ କୌଣସି ଭଲ ଖବର ମିଳିପାରେ। ଅନ୍ୟପକ୍ଷେ ପୁରୁଷଙ୍କ ବାମ ଆଖି ଫିଡିକିବା ଦୁର୍ଭାଗ୍ୟର ସଙ୍କେତ ଭାବେ କୁହାଯାଇଛି। ବିଶ୍ୱାସ କରାଯାଏ ବାମ ଆଖି ଫିଡିକିବା ଆଗାମୀ ଅସୁବିଧାକୁ ସୂଚାଇଥାଏ । ମହିଳାଙ୍କ ବାମ ଆଖି ଫିଡିକିବା ତାଙ୍କ ପାଇଁ ଶୁଭ ସଙ୍କେତ କୁହାଯାଏ। ସେହିପରି ଡାହାଣ ଆଖି ଫିଡିକିବା ମହିଳାଙ୍କ ପାଇଁ ରୋଗର ଲକ୍ଷଣ ବୋଲି ବିବେଚନା କରାଯାଏ।
ବିଜ୍ଞାନ ଅନୁଯାୟୀ, ଯେକୌଣସି ମଣିଷର ଡାହାଣ ଆଖି ଫିଡିକିବା ଏକ ଆବେକ ପୂର୍ଣ୍ଣ ଗତିବିଧି ଏବଂ ଏହା କୌଣସି ମଣିଷର ନିୟନ୍ତ୍ରଣ ବାହାରେ। ଯଦି କ୍ରମାଗତ ଭାବରେ ଆଖି ଫିଡୁକିଛି, ତେବେ ଏହା କୌଣସି ଜ୍ୟୋତିଷ ଘଟଣାର ସଙ୍କେତ ନୁହେଁ, ବରଂ କିଛି ସ୍ୱାସ୍ଥ୍ୟ ସହିତ ଜଡିତ ସମସ୍ୟା ହୋଇପାରେ। ଏଥିପାଇଁ ଆପଣଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ କୁହାଯାଇଛି।
Powered by Froala Editor