ଟେଲିକମ୍ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବ ଭାରତ, ଚାଲିବ ୬ଜି ସେବା

ନୂଆଦିଲ୍ଲୀ: ଇଣ୍ଟରନେଟ୍ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ବିକାଶ ଘଟିଛି । ଦେଶରେ ୫ଏ ଲଞ୍ଚ ହେବାର ପ୍ରାୟ ଏକ ବର୍ଷ ବିତିଗଲାଣି । ଟେଲିକମ୍ କମ୍ପାନୀଗୁଡିକ ଦେଶର ପ୍ରତ୍ୟେକ କୋଣକୁ ଶୀଘ୍ର ୫ଜି ସେବା ଯୋଗାଉଛନ୍ତି । ୫ଜି ପରେ ଭାରତ ମଧ୍ୟ ୬ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଟେଲିକମ୍ ଯୋଗାଯୋଗ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଭାରତ ଏହାର ପ୍ରଥମ ୬ଜି ଲ୍ୟାବ୍ ଆରମ୍ଭ କରିଛି । ଦେଶର ପ୍ରଥମ ୬ଜି ଲ୍ୟାବକୁ ବେଙ୍ଗାଲୁରୁରେ ନୋକିଆ ଆରମ୍ଭ କରିଛି । ଏହି ଲ୍ୟାବକୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ଘାଟନ କରିଛନ୍ତି ।
ଫିନଲ୍ୟାଣ୍ଡ କମ୍ପାନୀ ନୋକିଆ ଦ୍ୱାରା ଆରମ୍ଭ ହୋଇଥିବା ୬ଜି ଲ୍ୟାବ୍ର ଉଦେ୍ଧଶ୍ୟ ହେଉଛି ଭାରତରେ ୬ଜି ଟେକ୍ନୋଲୋଜିର ମୌଳିକ ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତ କରିବା । ନୋକିଆର ଏହି ୬ଜି ଲ୍ୟାବ ବିଶ୍ୱ ମାନକକୁ ସମର୍ଥନ କରିବ ବୋଲି ବିଶ୍ୱାସ କରାଯାଏ ।
ଏହି ଲ୍ୟାବ ଆରମ୍ଭ କରିବା ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ବହୁତ ପ୍ରଭାବ ପକାଇଛି । ଭାରତକୁ ନବସୃଜନର କେନ୍ଦ୍ରରେ ପରିଣତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ପ୍ରମୁଖ ଦୃଷ୍ଟିକୋଣ ଏବଂ ଏଥିପାଇଁ ଭାରତରେ ନୂତନ ଜ୍ଞାନ କୌଶଳର ବିକାଶ ହେବା ଆବଶ୍ୟକ ଏବଂ ୬ଜି ଲ୍ୟାବ ଖୋଲିବା ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ।
Powered by Froala Editor